fbpx

ଏହି ଖାସ୍ ଜ୍ୟାକେଟ ପିନ୍ଧି ସଂସଦରେ ପହଁଚିଲେ ମୋଦୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବୁଧବାରଦିନ ଲୋକସଭାରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଁଚିଲେ ସେତେବେଳେ ସେ ଏକ ଫିକା ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ । ବେଙ୍ଗାଲୁରୁରେ ହେଉଥିବା ଇଣ୍ଡିଆ ଏନର୍ଜି ୱିକ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀଙ୍କୁ ଏହି ଜ୍ୟାକେଟ ଉପହାର ଦିଆଯାଇଥିଲା । ବର୍ତ୍ତମାନ ସେହି ଜ୍ୟାକେଟକୁ ମୋଦୀ ସଂସଦକୁ ପିନ୍ଧି ଯାଇଥିବା କଥା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ଜ୍ୟାକେଟ ପଛରେ ରହସ୍ୟ କଣ ରହିଛି ।

ସୂଚନା ଅନୁସାରେ, ସୋମବାର ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ଇଣ୍ଡିଆ ଏନର୍ଜି ୱିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ତେବେ ସେହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ କର୍ପୋରେଶନ ପିଏମ ମୋଦୀଙ୍କୁ ଏହି ଜ୍ୟାକେଟ ଉପହାର ଦେଇଥିଲେ । ତେବେ ଏହି ଜ୍ୟାକେଟଟି ପ୍ଲାଷ୍ଟିକ୍ ବୋତଲରେ ତିଆରି ହୋଇଛି । ପ୍ଲାଷ୍ଟିକ୍ ବୋତଲକୁ ରିସାଇକେଲ କରାଯାଇ ଜ୍ୟାକେଟ ତିଆରି କରାଯାଇଛି । ଏପରି ଦଶ କୋଟି ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିବାର ଲକ୍ଷ ରଖାଯାଇଛି ।

ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅବିଭାଷଣ ପରେ ନରେନ୍ଦ୍ର ମୋଦୀ ଦିବା ୩.୩୦ ପରେ ନିଜ ମତ ରଖିବେ । ବିରୋଧୀ ଦଳଙ୍କ ସମେତ ସଂପୂର୍ଣ୍ଣ ଦେଶ ମୋଦୀଙ୍କ ଭାଷଣକୁ ଅନେଇ ବସିଛନ୍ତି । ସମସ୍ତଙ୍କ ମନ ମୋଦୀ ପିନ୍ଧିଥିବା ଜ୍ୟାକେଟ ଉପରେ । ପ୍ରଧାନମନ୍ତ୍ରୀଏତେ ବଡ ମହତ୍ତ୍ୱପୂର୍ଣ୍ଣ ଦିବସରେ ପ୍ଲାଷ୍ଟିକରେ ବନିଥିବା ଏହି ଜ୍ୟାକେଟ ପିନ୍ଧି ଆସିଥିବାରୁ ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ର ଫେବୃଆରୀ ୬ ତାରିଖ ଦିନ ଇଣ୍ଡିଆ ଏନର୍ଜି ୱିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ସେ କହିଥିଲେ ଯେ ୨୦୨୩-୨୪ ବଜେଟରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟର ବ୍ୟବସ୍ଥା କରାଯାଇଛି। ଏହା ସବୁଜ ଶକ୍ତି, ସୌର ଶକ୍ତି ଏବଂ ସଡକ କ୍ଷେତ୍ରକୁ ଉତ୍ସାହିତ କରିବ। ଏହି ସମୟରେ ପ୍ରବର୍ତ୍ତିତ ସୌର କୁକଟପ୍ ବ୍ୟବସ୍ଥା ଦେଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଭାରତରେ ‘ରନ୍ଧନ କାର୍ଯ୍ୟ’କୁ ଏକ ନୂତନ ଦିଗରେ ସାହାଯ୍ୟ କରିବ।

Get real time updates directly on you device, subscribe now.