fbpx

ମହିଳା ସମ୍ମାନ ସାର୍ଟିଫିକେଟ୍ ରେ କିଏ କରିପାରିବେ ନିବେଶ: ଜାଣନ୍ତୁ କେତେ ମିଳିବ ସୁଧ, ଇନଭେଷ୍ଟମେଣ୍ଟ ସୀମା ଓ ଫାଇଦା

ନୂଆଦିଲ୍ଲୀ: ଫେବୃଆରୀ ୧ରେ ବଜେଟ୍ ଅଭିଭାଷଣରେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମର ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ମହିଳାଙ୍କ ପାଇଁ ନୂଆ ସେଭିଂ ସ୍କିମ୍ ‘ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍’ଘୋଷଣା କରିଥିଲେ । ଏହି ଯୋଜନା ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ମହିଳାମାନଙ୍କ ପାଇଁ ଉପଲବ୍ଧ ହେବ । ଏଥିରେ ମହିଳା କିମ୍ବା ଝିଅଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯାଇପାରିବ, ଯେଉଁଥିରେ ବାର୍ଷିକ ୭.୫ ପ୍ରତିଶତ ସୁଧ ଦିଆଯିବ । ଏଥିରେ ଆଂଶିକ ପ୍ରତ୍ୟାହାର ବିକଳ୍ପ ଉପଲବ୍ଧ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ ବଜେଟରେ ମହିଳା ନିବେଶକଙ୍କ ପାଇଁ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (ଏମଏସଏସସି) ଘୋଷଣା କରିଛନ୍ତି ।

କିଏ ନିବେଶ କରିପାରିବ?
ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ମାଧ୍ୟମରେ, ଯେକୌଣସି ମହିଳା କିମ୍ବା ଝିଅଙ୍କ ନାମରେ – ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ କିଣାଯାଇପାରେ ବା ଟଙ୍କା ନିବେଶ କରାଯାଇପାରେ ।

ସର୍ବାଧିକ ସୀମା କ’ଣ?
ସର୍ବାଧିକ ନିବେଶର ସୀମା ହେଉଛି ୨ ଲକ୍ଷ ଟଙ୍କା ଏବଂ ନିବେଶକମାନେ ଏହି ଯୋଜନା ଅଧୀନରେ ୭.୫ ପ୍ରତିଶତ ସ୍ଥିର ସୁଧ ହାର ପାଇପାରିବେ ।

ଏହା ଏକ ୱାନ୍ ଟାଇମ୍ ଯୋଜନା :-
ଏଠାରେ ଧ୍ୟାନ ଦେବା ଉଚିତ୍ ଯେ ଏହି ଯୋଜନା ହେଉଛି ୱାନ୍ ଟାଇମ୍ ଯୋଜନା । ଏହି ଯୋଜନା ମହିଳା ନିବେଶକମାନଙ୍କୁ ୨ ବର୍ଷ ଅର୍ଥାତ୍ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମିଳିବ ।

ସୁବିଧା :-
ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି ଯୋଜନାରେ ଆଂଶିକ ପ୍ରତ୍ୟାହାର ବିକଳ୍ପ ଉପଲବ୍ଧ ରହିଛି । ଅର୍ଥାତ୍ ଆବଶ୍ୟକ ସମୟରେ ନିବେଶର କିଛି ଟଙ୍କା ପ୍ରତ୍ୟାହାର କରାଯାଇପାରିବ ।

Get real time updates directly on you device, subscribe now.