fbpx

ସାଂସଦ ଦେଖୁଥିଲେ ପର୍ଣ୍ଣ ଫିଲ୍ମ: ସୋସିଆଲ ମିଡ଼ିଆରେ ଭିଡିଓ ହେଲା ଭାଇରାଲ, ଦେଶରେ ସୃଷ୍ଟି ହେଲା ହଙ୍ଗାମା

ନୂଆଦିଲ୍ଲୀ: ସାଧାରଣ ଭାବେ ୧୮ ବର୍ଷରୁ କମ୍ ବୟସର ଯୁବକ, ଯୁବତୀମାନେ ପର୍ଣ୍ଣ ଫିଲ୍ମ ଦେଖିବା ଅପରାଧ ଭାବେ ଗ୍ରହଣ କରାଯାଇଏ । ଅନେକ ସମୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ପରି କିଛି ସାର୍ବଜନିକ ସ୍ଥାନରେ ମଧ୍ୟ ଏଭଳି କିଛି ମାମଲା ଦେଖିବାକୁ ମିଳିଥାଏ । ତେବେ ପ୍ରତ୍ୟେକ ରାଷ୍ଟ୍ରର ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦରେ ଯଦି ପର୍ଣ୍ଣ ଫିଲ୍ମ ଚାଲିବ, ଏହାକୁ ନିନ୍ଦା କରିବା ପାଇଁ ବୋଧହୁଏ ଭାଷାର ଅଭାବ ପଡ଼ିଯିବ ।

ସୂଚନା ମୁତାବକ, ନିକଟରେ ଜଣେ ସାଂସଦ ସଂସଦରେ ଅଶ୍ଲୀଳ କଣ୍ଟେଣ୍ଟ ଦେଖୁଥିବା ସମୟରେ ଧରାପଡ଼ିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଏହି ବିବାଦ ଘେରରେ ଛନ୍ଦି ହେବା ପରେ ଉକ୍ତ ରସିକିଆ ସାଂସଦଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି । ଉକ୍ତ ସାଂସଦଙ୍କୁ ତାଙ୍କର ସାଥୀ ସାଂସଦମାନେ କଟୁ ଭାଷାରେ ନିନ୍ଦା କରିବା ସହ ‘ଆପଣ ସବୁବେଳେ ଜଣେ ଅଶ୍ଲୀଳ ସାଂସଦ’ ହୋଇ ରହିବେ ବୋଲି କହିଥିଲେ ।

ସର୍ବିଆର ଜଣେ ସାଂସଦ ଗୃହରେ ଅଶ୍ଲୀଳ ଭିଡିଓ ଦେଖୁଥିବା ବେଳେ ଧରା ପଡ଼ିଥିଲେ । ସଂସଦୀୟ ଟିଭି ଚ୍ୟାନେଲର ପ୍ରସାରଣ ସମୟରେ ସାଂସଦଙ୍କ ହରକତ କ୍ୟାମେରାରେ କୈଦ ହୋଇଯାଇଥିଲା । ରିପୋର୍ଟ ମୁତାବକ, ସଦନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ଚାଲିଥିବା ବେଳେ ସର୍ବିଆର ସୋସିଆଲିଷ୍ଟ ପାର୍ଟିର ଜଣେ ସାଂସଦ ଜ୍ୟୋନିମିର ଷ୍ଟିଭିକ ପର୍ଣ୍ଣ ଦେଖିବାରେ ବ୍ୟସ୍ତ ଥିଲେ । ସାଂସଦ ନିଜର ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖୁଥିବାର ଦୃଶ୍ୟ ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଯାଇଥିଲା ।

Get real time updates directly on you device, subscribe now.