fbpx

OYO କର୍ମଚାରୀଙ୍କ ୨୫% କଟିବ ଦରମା, Swiggyରେ ୧୦୦୦ ଲୋକଙ୍କ ଚାକିରି ଯିବାର ବିପଦ

କରୋନାର ପ୍ରଭାବ ବଜାର ସମେତ ଚାକିରି ଉପରେ ବି ପଡିବାକୁ ଲାଗିଲାଣି । ହୋଟେଲରୁ ନେଇ ଫୁଡ୍ କମ୍ପାନୀଗୁଡିକ ମଧ୍ୟ କ୍ଷତି ସହିବାରେ ଲାଗିଛି । ଏହାରି ମଧ୍ୟରେ ହୋଟେଲ ଚେନ୍ କମ୍ପାନୀ OYO ତାର ସମସ୍ତ କର୍ମଚାରୀଙ୍କ ଦରମା ୨୫% କାଟିବ ବୋଲି ଘୋଷଣା କରିଛି । ଏହା ସହ ବହୁ କର୍ମଚାରୀଙ୍କୁ ୪ ମାସ ଛୁଟିରେ ପଠାଇବାର ଯୋଜନା କରିଛି । ଅନ୍ୟପଟେ ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ Swiggy ନିଜର ୧୦୦୦ କର୍ମଚାରୀଙ୍କୁ ଚାକିରିରୁ ହଟାଇପାରେ ହୋଲି ଆଶଙ୍କା କରାଯାଉଛି । ତେବେ OYO ଦରମା କାଟିବ ବୋଲି ଘୋଷଣା କରିବା ପରେ ସଙ୍କଟରେ ଅଛନ୍ତି କର୍ମଚାରୀ ।

Get real time updates directly on you device, subscribe now.