‘C ରୁ Congress, C ରୁ Corruption” – କଣ୍ଣାଟକ ମୁଖ୍ୟମନ୍ତ୍ରୀ , ନିର୍ବାଚନ ପୂର୍ବରୁ ଦୁର୍ନିତୀ ମାମଲା ଯାଞ୍ଚ ହେବ

ନୂଆଦିଲ୍ଲୀ : କର୍ଣ୍ଣଟକରେ ଦୁର୍ନୀତି କୁ ନେଇ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଚାଲିଛି । କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୁର୍ନୀତିକୁ ନେଇ ଦୋଷାରୋପ କରୁଛି । କଂଗ୍ରେସ ବିଜେପି ଉପରେ ଦୁର୍ନୀତି ର ଅଭିଯୋଗ ଆଣିବାରୁ କଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ, ‘ସି ରୁ କଂଗ୍ରେସ ଏବ ସି ରୁ କରପ୍‌ସନ୍‌’ । ଏହି ଦୁଇଟି ଶବ୍ଦ ପରସ୍ପର ପରିପୂରକ ।

କଂଗ୍ରେସ ନାଁରେ ୬୦ରୁ ଅଧିକ ଦୁର୍ନୀତି ମାମଲା ରହିଛି, ଯାହାର ତଦନ୍ତ ଚାଲିଛି । କଂଗ୍ରେସ ସରକାର ଅମଳରେ ଦୁର୍ନୀତି ଚରମସୀମାରେ ପହଞ୍ଚିଥିଲା, ଯାହାର ଯାଞ୍ଚ ପାଇଁ ଲୋକାୟୁକ୍ତ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, କଣ୍ଣାଟକରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବ । ଏଭଳି ପରିସ୍ଥିତିରେ ବିରୋଧୀ କଂଗ୍ରେସ ବିଜେପି ସରକାରକୁ ଘେରିବା ପାଇଁ ଦୁର୍ନୀତି କୁ ପ୍ରସଙ୍ଗ କରିଛି । କଂଗ୍ରେସ ତା’ କ୍ୟାମ୍ପନରେ ସେ ବିଜେପି ଉପରେ ଦୁର୍ନୀତି ର ଅଭିଯୋଗ ଲଦୁଛି । କଂଗ୍ରେସ ଅଭିଯୋଗ ଆଣିଛି ବିଜେପି ସରକାରରେ ବିକାଶ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ନିଏ । କଂଗ୍ରେସ ଅଭିଯୋଗକୁ ନେଇ ବିଜେପି ପାଲଟା ଜବାବ ଦେଇଛି । ଉଭୟ ଦଳ ପରସ୍ପର ଉପରେ ଦୋଷା ଲଦାଲଦି ହେଉଛନ୍ତି ।

ବିଗତ ଦିନରେ କଂଗ୍ରେସ ବିଜେପି ବିରୋଧରେ ଭୋଟ ବିକ୍ରିର ଅଭିଯୋଗ ଆଣିଥିଲା । ପ୍ରତି ଭୋଟରଙ୍କୁ ୬୦୦୦ ଟଙ୍କା ଲେଖାଏଁ ଲାଞ୍ଚ ଦିଆଯାଉଛି ବୋଲି କଂଗ୍ରେସ ଥାନାରେ ଅଭିଯୋଗ କରିିଥିଲେ । ଏହାର ପାଲଟା ଜବାବରେ ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଥିଲେ କଂଗ୍ରେସ ଦଳରୁ ଅବୈଧ କାରବାର ଏବଂ ଦୁର୍ନୀତି ଜନ୍ମ ନେଇଛି ।

Get real time updates directly on you device, subscribe now.