fbpx

ଶିବରାତ୍ରିରେ ପିନ୍ଧନ୍ତୁନି ଏହି ରଙ୍ଗର ପୋଷାକ, ନଚେତ ହୋଇପାରେ ଅସୁବିଧା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ପବିତ୍ର ଦିନ । ଏହି ଦିନରେ ଆମେ ସବୁଜ ରଙ୍ଗର କପଡ଼ା ପିନ୍ଧି ପୂଜା କରିବା ଉଚିତ୍ । କାରଣ ସବୁଜ ରଙ୍ଗକୁ ସାଧାରଣତଃ ଶୁଭ ମନେ କରାଯାଏ । ଏହାଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ଏଥିସହ ଆପଣ ଲାଲ, ହଳଦିଆ, ଧଳା ଏବଂ ନାରଙ୍ଗୀ ରଙ୍ଗର କପଡ଼ା ମଧ୍ୟ ପିନ୍ଧିପାରିବେ । କିନ୍ତୁ ଜାଣିରଖନ୍ତୁ ଶିବରାତ୍ରିରେ କେବେବି କଳା ରଙ୍ଗର ବସ୍ତ୍ର ପରିଧାନ କରି ମହାଦେବଙ୍କୁ ପୂଜା କରିବେ ନାହିଁ । ଭଗବାନ ଶିବଙ୍କୁ ସ୍ୱୟଂମ୍ବୁ କୁହାଯାଇଥାଏ । ଏହାର ଅଥ ଆଜନ୍ମା ଅଟେ । ସେହପରି ବିଷ୍ଣୁ ପୁରାଣ ମତୁାବକ ଶବ ଭଗବାନ ବଷ୍ଣିଙ୍କୁ ମସ୍ତଷ୍କି ତେଜରୁ ଉତ୍ପନ୍ନ ହୋଇଛନ୍ତି । ବିଶ୍ୱାସ କରାଯାଏ ଯେ, ଶିବଙ୍କ କୃପା ଯାହା ଉପରେ ରହଛି ତାଙ୍କ ଜୀବନରେ କେବେବି ସଂକଟ ଆସିନଥାଏ । ଭଗବାନ ଶିବଙ୍କୁ ଲିଙ୍ଗ ରୂପରେ ପୂଜା କରାଯାଏ ।

ପ୍ରଭୁ ଭୋଳାନାଥଙ୍କୁ ସନ୍ତଷ୍ଟୁ କରିବାର ଏକମାତ୍ର ଉପାୟ ହେଉଛି ଶୁଦ୍ଧ ଚିତ୍ତ ମନରେ ତାଙ୍କୁ ଭକ୍ତି ଓ ଆରାଧନା କରିବା । ମହାଶବିରାତ୍ରୀ ଦିନ ଶିବ ଲିଙ୍ଗକୁ ପୂଜା କରିବା ଦ୍ୱାରା ଜନ୍ମ କୁଣ୍ଡଳୀର ଦୋଷ କଟିଯାଏ । ସେହପରି ଶ୍ରଦ୍ଧାର ସହ ଶବିରାତ୍ରୀ ପାଳନ କଲେ ମାନସକି ଅଶାନ୍ତି,ସ୍ୱାସ୍ଥ୍ୟରେ ଅବନତି, ଗହୃ କାର୍ଯ୍ୟରେ ବଳିମ୍ବ, ହୃଦରୋଗ, ଚକ୍ଷେୁରାଗ, ଚର୍ମ ଓ କୋଷ୍ଠ ରୋଗ ଆଦି ଆପଣାଛାଏଁ ଦୂର ହୋଇଥାଏ । ସେହପରି ଦୀଘର୍ଦନି ଧରି ଲାଗିରହିଥିବା ଥଣ୍ଡା ଓ କାଶ, ନିମୋନିଆ ଦରୂ ହୋଇଥାଏ ।  ସମାଜରେ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ମିଳିବ । ଶିବଲିଙ୍ଗରେ ବେଲପତ୍ର ଅର୍ପଣ କଲେ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହୋଇଥାଏ ।

ମହାଶିବରାତ୍ରୀର ଗୋଟିଏ ଦିନ ପୂର୍ବରୁ ମାତ୍ର ଗୋଟିଏ ବେଳା ଖାଇବା ଉଚିତ । ମହାଶିବରାତ୍ରୀ ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ଭଗବାନଙ୍କୁ ଧ୍ୟାନ କରିବା ଉଚିତ । ଶୁଦ୍ଧ ଚିତ୍ତ ମନରେ ଭଗବାନ ଶିବଙ୍କୁ ମନକଥା ଜଣାଇଲେ ତାହା ପୂରଣ ହୋଇଥାଏ । ଶିବପୁରାଣ ଅନୁସାରେ ଯେଉଁ ଭକ୍ତ ମହାଶିବରାତ୍ରୀ ଦିନ ଜଳ ପାନ ମଧ୍ୟ କରିନଥାଏ ସେହି ବ୍ୟକ୍ତିଙ୍କୁ ଶିବ ପ୍ରସନ୍ନ ହୋଇ ବର ଦେଇଥାନ୍ତି ।

Get real time updates directly on you device, subscribe now.