fbpx

୪ ଗୁଣା ସ୍ପିଡ୍ ହେବ ୱାଇଫାଇ ଇଣ୍ଟରନେଟ୍

ଭୁବନେଶ୍ୱର : ଆଜିର ସମୟରେ, ୱାଇଫାଇ କିଣିବା ଏବଂ କୌଣସି ସ୍ଥାନରେ ବା ଘରେ ଲଗାଇ ଏହାକୁ ବ୍ୟବହାର କରିବା ଟିକେ ମହଙ୍ଗା ହୋଇଛି । ଯଦି ଆପଣ ଏକ ୱାଇଫାଇ ସଂଯୋଗ ନିଅନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୨୦୦୦ ରୁ ୪୦୦୦ ଖର୍ଚ୍ଚ କରିବାକୁ ପଡିପାରେ । ଏହା ପରେ ଆପଣଙ୍କୁ ଏକ ପ୍ଲାନ୍ ବାଛିବାକୁ ପଡିବ ଏବଂ ତାହାକୁ ପ୍ରତି ମାସରେ ରିଚାର୍ଜ କରିବାକୁ ପଡିବ । ତା’ପରେ ଆପଣଙ୍କ ଘରେ ଇଣ୍ଟରନେଟ୍ ଚାଲିବ । ଏସବୁ ପରେ ମଧ୍ୟ ଅନେକ ଥର ଆପଣ ନିଶ୍ଚୟ ଦେଖିଥିବେ ଯେ ମାସର କିଛି ଦିନ ଇଣ୍ଟରନେଟ୍ ଏତେ ଧୀର ହୋଇଯାଏ ଯେ ସାଧାରଣ ଭିଡିଓ ମଧ୍ୟ ଦେଖିବା କଷ୍ଟକର ହୋଇଯାଏ ।

ଏଥିପାଇଁ କାରଣ ଅନେକ ଥାଇପାରେ । ଯେତେବେଳେ ଇଣ୍ଟରନେଟ୍ ଚାଲେ ନାହିଁ ମଣିଷ ଅସ୍ତବ୍ୟସ୍ତ ହୋଇଯାଏ । ଯଦି ଆପଣ ଅଫିସ୍ ରେ କାମ କରିବା ସମୟରେ ଏଭଳି ହୁଏ, ତେବେ ସମସ୍ୟା ଆହୁରି ବଢିଯାଏ । ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ମନ୍ଥର ଗତିରେ ଚାଲୁଥିବା ୱାଇଫାଇର ଇଣ୍ଟରନେଟ୍ ସ୍ପିଡ୍ ୪ ଗୁଣ ବୃଦ୍ଧି କରିପାରିବେ ।

ୱାଇଫାଇ ରାଉଟରର ସଠିକ୍ ସ୍ଥାନରେ ରଖନ୍ତୁ
ସଠିକ୍ ସ୍ଥାନରେ ୱାଇଫାଇ ରାଉଟରକୁ ଇନଷ୍ଟଲ୍ କରନ୍ତୁ । କାରଣ ଏହା ଦ୍ୱାରା ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ବହୁତ ମାତ୍ରାରେ ପ୍ରଭାବିତ ହୋଇଥାଏ । ଯଦି ଆମେ ୱାଇଫାଇ ରଖିବାର ସଠିକ୍ ସ୍ଥାନ ବିଷୟରେ କହିବା ତେବେ ସର୍ବୋତ୍ତମ ସ୍ଥାନ ହେଉଛି ଘରର ମଧ୍ୟଭାଗ । ଯାହା ସବୁଠାରୁ ଖୋଲା । ଯଦି ୱାଇଫାଇ ରାଉଟରକୁ ଟିକିଏ ଉଚ୍ଚତାରେ ରଖାଯାଏ, ତେବେ ପୁରା ଘରେ ଭଲ ଇଣ୍ଟରନେଟ୍ କଭରେଜ୍ ଆସିବ । ଏହି ଉପାୟରେ ଆପଣ ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି କରିପାରିବେ ।
ଅନେକ ୱାଇଫାଇ ସେବା ପ୍ରଦାନ କରୁଥିବା କମ୍ପାନୀଗୁଡିକ ସେମାନଙ୍କର ୱାଇଫାଇ ସଂଯୋଗ ସହିତ ଆପ୍ ମଧ୍ୟ ପ୍ରଦାନ କରନ୍ତି । ଯଦି ୱାଇଫାଇ କନେକ୍‌ସନ୍ ମନ୍ଥର ଅଛି ତେବେ ତେବେ ଏହି ଆପ୍ ବ୍ୟବହାର କରି ଇଣ୍ଟରନେଟ୍ ସ୍ପିଡ୍ ବୃଦ୍ଧି କରିପାରିବେ ।
ଏୟାରଟେଲ ଏହାର ଫାଇବର ସେବାରେ ପ୍ରଦାନ କରୁଥିବା ଆପରେ ଏକ ଅପ୍ଟିମାଇଜେସନ୍ ଅପ୍ସନ୍ ଅଛି ଏବଂ ଏହି ଅପ୍ସନ୍ ବ୍ୟବହାର କରି ଆପଣ ଆପଣଙ୍କର ୱାଇଫାଇ ରାଉଟରର ଇଣ୍ଟରନେଟ୍ ସ୍ପିଡ୍ ବହୁ ପରିମାଣରେ ବୃଦ୍ଧି କରିପାରିବେ ।

Get real time updates directly on you device, subscribe now.