fbpx

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ DRDOର ଜଣେ ବରିଷ୍ଠ ଅଧିକାରୀ ଗିରଫ: ହନି ଟ୍ରାପରେ ଫସାଇଥିଲା ପାକିସ୍ତାନୀ ଏଜେଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ)କୁ ନେଇ ଆସିଛି ଏକ ଖବର । ପାକିସ୍ତାନୀ ଏଜେଣ୍ଟକୁ ଡିଆରଡିଓର ଗୁପ୍ତ ତଥ୍ୟ ଦେଇ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କର ହେଉଛନ୍ତି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଜଣେ ବରିଷ୍ଠ ଟେକ୍ନିକାଲ ଅଫିସର । ଏନେଇ ଏକ ପ୍ରେସ ମିଟରେ ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକ ନାଥ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ।

କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉକ୍ତ ଅଧିକାରୀଙ୍କୁ ପାକିସ୍ତାନୀ ଏଜେଣ୍ଟ ପ୍ରଥମେ ହନି ଟ୍ରାପରେ ଫସାଇଥିଲା । ପରବର୍ତ୍ତୀ ସମୟରେ ଏହାର ସୁଯୋଗ ନେଇ ଉକ୍ତ ଅଧିକାରୀଙ୍କ ଠାରୁ ସେ ଅନେକ ଗୁପ୍ତ ତଥ୍ୟ ହାସଲ କରିନେଇଥିଲା । ଗୁପ୍ତ ତଥ୍ୟ ଲିକ ଅଭିଯୋଗରେ ଉକ୍ତ ଅଧିକାରୀଙ୍କୁ ବାଲେଶ୍ୱର ପୋଲିସ ଗିରଫ କରିଛି । ତେବେ ଏହି ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି ।

ସୂଚନାଯୋଗ୍ୟ ଯେ, ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଦୁଇବର୍ଷ ପୂର୍ବେ ବାଲେଶ୍ୱର ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ ସୂଚନା ମିଳିଥିଲା । ଜଣେ ରହସ୍ୟମୟୀ ଯୁବତୀଙ୍କ ୪ଟି ଫେସବୁକ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିବା ଜଣାପଡ଼ିଥିଲା । ଉକ୍ତ ଫେସବୁକ ଆକାଉଣ୍ଟ ସବୁ ଇସଲାମାବାଦ ଓ ରାୱଲପିଣ୍ଡିରେ ରହିଥିଲା । ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପଡ଼ୋଶୀ ଦେଶକୁ ଫୋନ୍ କଲ ମାଧ୍ୟମରେ ଦିଆଯାଉଥିବା ନେଇ ଭାରତୀୟ ଗୋଇନ୍ଦା ସଂସ୍ଥା (ଆଇବି) ସନ୍ଦେହ ପ୍ରକଟ କରିଥିଲା । ଏପରିକି ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.