fbpx

ଲୋନ କରି କିଣିଥିଲେ ଘର, ଆଜି ହେଉଛନ୍ତି ଶିଳ୍ପରେ ସର୍ବାଧିକ ଟିକସଦାତା, ଅକ୍ଷୟ କୁମାର କହିଲେ କାହିଁକି କାରୁଛନ୍ତି ଏତେ କାମ

ନୂଆଦିଲ୍ଲୀ: ଅକ୍ଷୟ କୁମାର ମାସକୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେଣୁ ସେ ଆଜି ଇଣ୍ଡଷ୍ଟ୍ରୀର ଶିଳ୍ପରେ ସର୍ବାଧିକ ଟିକସ ଦାତା । କେତେ କେତେ ଟଙ୍କା ସେ ଡୋନେସନ ମଧ୍ୟ କରିଛନ୍ତି । ମୁମ୍ବାଇରେ ତାଙ୍କର କୋଟି କୋଟି ଟଙ୍କାର ଘର ମଧ୍ୟ ରହିଛି । ତେବେ ଏତେ ସକ୍ଷମ ହୋଇସାରି ମଧ୍ୟ ଅକ୍ଷୟ ଦିନ ରାତି ପରିଶ୍ରମ କରି ଚାଲିଛନ୍ତି । କହିବାକୁ ଗଲେ ଗତ କିଛି ବର୍ଷ ମଧ୍ୟରେ ଅକ୍ଷୟ କୁମାରଙ୍କ ଫିଲ୍ମ ହିଟ ହେଉନି, ହେଲେ ତାଙ୍କୁ କାମର ଅଭାବ ନାହିଁ ।

ତେବେ ଏକ ସାକ୍ଷାତକାରରେ ତାଙ୍କ ସାଙ୍ଗେ ଉପରୋକ୍ତ ବିଷୟରେ ଆଲୋଚନା କରାଯାଇଥିଲା । ସେ ଉତ୍ତର ଦେଇଥିଲେ ଯେ, ‘ମୋର ମନେ ଅଛି ପ୍ରଥମେ ମୋ ବାପା ଜଣେ ଆକାଉଣ୍ଟାଣ୍ଟ ଥିଲେ । ପରେ ଆର୍ମିରେ ଯୋଗଦେଇଥିଲେ । ଯେତେବେଳେ ଆମେ ଏକ ଘର କିଣିଥିଲୁ ସେତେବେଳେ ଆମକୁ ୧.୫ ଲକ୍ଷ ଟଙ୍କା ଲୋନ ନେଇଥିଲୁ । ମୁଁ ଫିଲ୍ମ କ୍ୟାରିୟର ଆରମ୍ଭ କଲା ପରେ ଭାବିଲି ଯେ, ମୋ ପାଖକୁ ଯଦି ବହୁ ପରିମାଣରେ ଟଙ୍କା ଆସେ ତାକୁ ନେଇ କଣ କରିବି । ସେ ତାଙ୍କ ବାପାଙ୍କୁ ପଚରିଥିଲେ ଯଦି ମୋ ପାଖକୁ ୧୦ କୋଟି ଟଙ୍କା ଆସିବ ତେବେ ତାର ସୁଧ କେତେ ହେବ? ତାଙ୍କ ବାପା ହିସାବ କରି ତାଙ୍କୁ କହିବା ପରେ ସେ ମନସ୍ତ କରିଥିଲେ ଯେ, ମୋତେ ଏତିକି ଟଙ୍କା କମେଇବାର ଅଛି ।’

ପ୍ରଥମ ଫିଲ୍ମରେ ସେ ୫୦ହଜାର ଟଙ୍କା ପାଇଥିଲେ । ଏହାପରେ ୧୦ ବର୍ଷ ପର୍ଯ୍ୟନ୍ତ ସବୁ ଫିଲ୍ମ ପାଇଁ ୧୮-୨୦ ଲକ୍ଷ ଟଙ୍କା ଫିଲ୍ମ ପାଇଁ ଡ଼ିମାଣ୍ଡ କରୁଥିଲେ । ତେବେ ତାଙ୍କୁ ୧୦ କୋଟି ଟଙ୍କା ରୋଜଗାର କରିବା ପାଇଁ ୧୨ବର୍ଷ ସମୟ ଲାଗିଯାଇଥିଲା । ଏହି ୧୦ କୋଟି ହେବା ପରେ ତାଙ୍କୁ ଶାନ୍ତି ମିଳିଯାଇଥିଲା । ତାପରେ ସେ ୧୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ସେ କହିଛନ୍ତି ସବୁବେଳେ ଏପରି ଲକ୍ଷ କରି କାମ କରିବା ଉଚିତ । ଏହାପରେ ତାଙ୍କୁ ପଚରାଯାଇଥିଲା ଯେ, ଆପଣଙ୍କ ପାଖେ ୨୫୦୦-୩୦୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଫୋର୍ବସ୍ ସର୍ବାଧିକ ବେତନ ପ୍ରାପ୍ତ ଅଭିନେତା ତାଲିକାରେ ଆପଣଙ୍କର ନାମ ରହିଛି । ଏତେ ଟଙ୍କା ଥାଇ ମଧ୍ୟ ଆପଣ ଆହୁରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି?

ଅକ୍ଷୟ କୁମାର ନ ଡ଼ରି ଉତ୍ତର ଦେଇଛନ୍ତି ଯେ, ମୁଁ ଏତେ ଟଙ୍କା ପାଇଁ ପାଞ୍ଚ ବର୍ଷରେ ମୁଁ ୬୨୫ କୋଟି ଟଙ୍କା ଟ୍ୟାକ୍ସ ଦେଉଛି ଏବଂ ଏଥିରେ ଜିଏସଷ୍ଟି ମିଶି ୮୨୫ କୋଟି ସମୁଦାୟ ଭରୁଛି । ସେ କହିଛନ୍ତି ଯେ, ‘ଇନକମ ଟ୍ୟାକ୍ସ ଅଫିସର ମୋ ଘରକୁ ଆସନ୍ତୁ, ମୁଁ ତାହା ଚାହେଁନି ତେଣୁ ମୁଁ ଏ ସବୁ କ୍ଲିୟର କରି ଶାନ୍ତିରେ ବଞ୍ଚିବାକୁ ଚାହେଁ । ବାକି ୨୨୦୦ କୋଟି, ମୁଁ ଯାହା ମଧ୍ୟ କମେଇଛି ସଚ୍ଚୋଟର ସହ କମେଇଛି । ଯେତେବେଳେ କାହାକୁ ଦରକାର ପଡ଼େ ମୁଁ ତାଙ୍କୁ ଦେଇଥାଏ । ହେଲେ ମୁଁ ଟଙ୍କା ପଛରେ ଗୋଡ଼ାଏ ନାହିଁ, ମୋ ପରିବାରକୁ ମଧ୍ୟ ବୁଲାଇବାକୁ ନେଇକି ଯାଏ ।’

Get real time updates directly on you device, subscribe now.