fbpx

ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ସରକାର ଦେବେ ଚାକିରି, ଦଶମ ଓ ଯୁକ୍ତଦୁଇ ପାସ କରିଥିଲେ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଶକ୍ତିରୂପା ଫେଡେରେସନ ବାରଗାଁ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ସିଆରପି-ସିଏମ, ମାଷ୍ଟର୍ସ ବୁକ କିପରି ଆଦି ପଦରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀମାନେ ଫେବୃଆରୀ ମାସ ୨୨ ତାରିଖରୁ ମାର୍ଚ୍ଚ ମାସ ୯ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିପାରିବେ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଓ ଦ୍ୱାଦଶ ପାସ୍ ଆବଶ୍ୟକ । ପ୍ରାର୍ଥୀ ଜଣେ ସ୍ୱୟଂ ସହାୟିକା ସଦସ୍ୟ (ଏସଏଚଜି) ହୋଇଥିବେ । ସେ ଓଡ଼ିଆରେ ଲେଖିବା ଓ ପଢ଼ିବା ଜାଣିଥିବେ । ସେ ସ୍ଥାନୀୟ ଭାଷା ଭଲ ଭାବେ ଜାଣିଥିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ବର୍ଷ ହୋଇଥିବ । ପ୍ରାର୍ଥୀମାନେ ନୋଟିଫିକେସନ ଲିଙ୍କରୁ ଆବେଦନ ପତ୍ର ଡାଉନଲୋଡ୍ କରି ନିର୍ଦ୍ଧାରିତ ତାରିଖର ସନ୍ଧ୍ୟା ୫.୩୦ ସୁଦ୍ଧା ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://sundergarh.nic.in/notice_category/recruitment/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://sundergarh.nic.in/

Get real time updates directly on you device, subscribe now.