fbpx
BJD SKY
BJD SKY

କ୍ରିକେଟ ଖେଳୁ ଖେଳୁ ବୋଲରଙ୍କୁ ଆସିଲା ହାର୍ଟ ଆଟାକ: ମଇଦାନରେ ଚାଲିଗଲା ଜୀବନ

BJD

ନୂଆଦିଲ୍ଲୀ: ଭାରତରେ କ୍ରିକେଟକୁ ନେଇ ସମସ୍ତଙ୍କ ମନରେ ଖୁବ କ୍ରେଜ ଦେଖିବାକୁ ମିଳିଥାଏ । ସମସ୍ତଙ୍କର କ୍ରିକେଟକୁ ନେଇ କିଛି ନା କିଛି ସ୍ମୃତି ଏବଂ ଅନୁଭୂତି ରହିଛି । ତେବେ ବର୍ତ୍ତମାନ କ୍ରିକେଟ ଖେଳିବାର ପରିଣାମ ଅଧିକାଂଶ ସମୟରେ ଖୁବ ଭୟଙ୍କର ପାଲଟି ଯାଉଛି । ଖେଳାଳିମାନଙ୍କୁ ପଡିଆ ଭିତରେ ହିଁ ହାର୍ଟ ଆଟାକର ଶିକାର ହେବାକୁ ପଡୁଛି । ତେବେ ଏଥି ଯୋଗୁଁ ସେ ପଡଇଆ ଭିତରେ ହିଁ ପ୍ରାଣ ହରାଇଛନ୍ତି ।

ଗୁଜୁରାଟରେ ଘଟିଯାଇଥିବା ଏଭଳି ଏକ ଘଟଣା ସମସ୍ତଙ୍କୁ ଭୟଭୀତ କରି ଦେଇଛି । ସୂଚନା ଅନୁସାରେ, ଜିଏସଟି ବିଭାଗରେ କ୍ଲର୍କ ଦାୟିତ୍ୱରେ ଥିବା ବସନ୍ତ ରାଠୋର ଏହି ଘଟଣାର ଶିକାର ପାଲଟିଛନ୍ତି । ବୋଲିଂ କରିବା ସମୟରେ ଅଚାନକ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ନିଜକୁ ଅସହଜ ମନେ କରି ବୋଲିଂ କରିବା ପରିବର୍ତ୍ତେ ସେଠାରେ ବସି ଯାଇଥିଲେ । ତେବେ କେହି କିଛି ବୁଝିବା ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ଧିରେ ଧିରେ ସେଠାରେ ଶୋଇ ପଡିଥିଲେ ବସନ୍ତ ।

କଲେଜ ଗ୍ରାଉଣ୍ଡରେ ଖେଳ ହେଉଥିବାରୁ ପ୍ରଥମେ ତାଙ୍କୁ ସେଠାରେ ଚିକିତ୍ସା କରାଯାଇଥିଲା । ତେବେ ସେଠାରେ ମାମଲା ବିଗିଡି ଯିବାରୁ ତାଙ୍କୁ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । କିନ୍ତୁ ଧିରେ ଧିରେ ତାଙ୍କର ଅକ୍ସିଜେନ ସ୍ତର କମିବାରୁ ପ୍ରାଣ ହରାଇଛନ୍ତି ବସନ୍ତ ରାଠୋର । ତେବେ ବିଗତ ୧୦ ଦିନ ଭିତରେ ଗୁଜୁରାଟରେ କ୍ରିକେଟ ଖେଳୁ ଖେଳୁ ପ୍ରାଣ ହରାଇବାର ଏହା ତୃତୀୟ ଘଟଣା ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.