fbpx

Harvard Study: ଚାକିରି ଜୀବନ ହ୍ରାସ କରୁଛି ଆପଣଙ୍କର Sperm Count, ୪୬ ବର୍ଷ ଧରି ୫୩ଟି ଦେଶରେ ଚାଲିଥିଲା ଗବେଷଣା, ଖୋଲିଗଲା ବଡ଼ ରହସ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ଦୈନନ୍ଦିନ ଜୀବନର ଖାଦ୍ୟପେୟ, ଲାଇଫଷ୍ଟାଇଲରେ ପରିବର୍ତ୍ତନ ହେବାରେ ଲାଗିଛି । ଫଳରେ ଏହାର କୁପ୍ରଭାବ ଉଭୟ ପୁରୁଷ ଓ ମହିଳାଙ୍କ ଉପରେ ପଡ଼ୁଛି । ବିଶେଷ କରି ପୁରୁଷଙ୍କର ଶୁକ୍ରାଣୁ ମାତ୍ରା ହ୍ରାସ ପାଇବାକୁ ନେଇ ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ତେବେ ଏହା ମଧ୍ୟରେ ସ୍ପର୍ମ କାଉଣ୍ଟକୁ ନେଇ ହାର୍ଭାର୍ଡ ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ରିସର୍ଚ୍ଚ ମୁତାବକ, ପୁରୁଷଙ୍କ ଶୁକ୍ରାଣୁ ହ୍ରାସ ପାଇବା ପଛରେ ଚାକିରିର ସମ୍ପର୍କ ରହିଛି । ଆପଣଙ୍କର ସ୍ପର୍ମ କାଉଣ୍ଟ ବଢ଼ିବ କି କମିବା ତାହା ଚାକିରି ଦ୍ୱାରା ପରୋକ୍ଷରେ ସ୍ଥିରୀକୃତ ହୋଇଥାଏ । ବୈଜ୍ଞାନିକମାନେ ଫର୍ଟିଲିଟି ସେଣ୍ଟରରେ ଚିକିତ୍ସିତ ହେଉଥିବା ୩୭୭ ଜଣ ପୁରୁଷଙ୍କ ଉପରେ ଗବେଷଣା କରିଥିଲେ । ଚାକିରି କରୁଥିବା ଲୋକଙ୍କର ଫିଜିକାଲ ଆକ୍ଟିଭିଟି ଉପରେ ସମୀକ୍ଷା କରାଯାଇଥିଲା । ସେଥିପାଇଁ ଜବ ଶିଫ୍ଟ ପ୍ୟାଟର୍ଣ୍ଣକୁ ଫଲୋ କରିବା ପରେ ସିମେନ ସାମ୍ପୂଲ ନିଆଯାଇଥିଲା ।

ଏହି ରିସର୍ଚ୍ଚରେ ୫୩ଟି ଦେଶର ୫୭ ହଜାର ପୁରୁଷଙ୍କ ଶୁକ୍ରାଣୁ ସମ୍ବନ୍ଧିତ ଡାଟାକୁ ସାମିଲ କରାଯାଇଥିଲା । ୧୯୭୨ ମସିହା ଠାରୁ ଆରମ୍ଭ କରି ୨୦୧୮ ମଧ୍ୟରେ ପୁରୁଷଙ୍କର ସ୍ପର୍ମ ଇଜାକୁଲେସନ ୧୦୧ ମିଲିଅନ ହ୍ରାସ ପାଇଁ ୪୯ ମିଲିଅନରେ ପହଞ୍ଚିଥିବା ଜଣାପଡ଼ିଥିଲା । ତେବେ ଏହା ପଛର ମୂଳ କାରଣ ଫିଜିକାଲ ଆକ୍ଟିଭିଟି ହିଁ ଦାୟୀ ବୋଲି ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥିଲା ।

ଯେଉଁମାନେ ଓଜନିଆ ଜିନିଷ ଉଠାଇ ୱାର୍କଆଉଟ୍ କରିଥାନ୍ତି ସେମାନଙ୍କ ଶରୀରରେ ସୂଜନ କମ୍ ହୋଇଥାଏ । ଏହାର ସିଧାସଳଖ ପ୍ରଭାବ ସେକ୍ସୁଆଲ ହେଲଥ ଉପରେ ପଡ଼ିଥାଏ । ୧୯୭୦ରୁ ବର୍ତ୍ତମାନ ସୁଦ୍ଧା ପୁରୁଷଙ୍କ ସ୍ପର୍ମ ସୃଷ୍ଟି ୫୦ ପ୍ରତିଶତ ହ୍ରାସ ପାଇଛି । ଅନହେଲଦି ଫୁଡ ଓ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସିବା ଅଭ୍ୟାସ ହିଁ ଏହା ପଛର କାରଣ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.