fbpx
BSKY SKY
BSKY SKY

ଗିରଫ ହେଲେ ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିସୋଦିଆ: CBIର ବଡ଼ ଆକ୍ସନ

BSKY

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ଡେପୁଟି ସିଏମ୍ ମନୀଷ ସିଷୋଦିଆ । ଦୀର୍ଘ ୮ ଘଣ୍ଟାର ଜେରା ପରା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ମଧ୍ୟ ସିବିଆଇ ଦ୍ୱାରା ରେକର୍ଡ କରାଯାଇଛି । ଅବକାରୀ ନୀତି ପ୍ରସ୍ତୁତ କରିବାରେ ମନୀଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କିଛି ନିର୍ଦ୍ଦେଶ ଦେଇଥିବା ଉକ୍ତ ଅଧିକାରୀ ସିବିଆଇକୁ ବୟାନ ଦେଇଥିଲେ ।

ଆଜି ସିବିଆଇ ଅଫିସକୁ ଯିବା ପୂର୍ବରୁ ସିସୋଦିଆ ତାଙ୍କର ମା’ଙ୍କର ଆଶିର୍ବାଦ ନେବା ସହିତ ରାଜଘାଟରେ ପହଞ୍ଚିଥିଲେ । ସେଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ପ୍ରଣାମ କରିଥିଲେ । ଘରୁ ବାହାରିବା ସମୟରେ ସେ ସ୍ମିତହାସ୍ୟରେ ବିଜୟ ସଙ୍କେତ ଦେଖାଇଥିଲେ । ତେବେ ସିବିଆଇ ତାଙ୍କୁ ୮ ଘଣ୍ଟା ଧରି ଜେରା କରିବା ପରେ ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନର ଏକ ଡିଟେଲ ସେଟ୍ ପ୍ରସ୍ତୁତ କରିଥିଲା ।

ମନୀଷଙ୍କୁ ଜେରା କରିବା ଅବସରରେ ଆଜି ସିବିଆଇ ଅଫିସ ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା । ପୋଲିସ ପକ୍ଷରୁ ବ୍ୟାନର ଲଗାଯାଇ ଏ ବାବଦରେ ସୂଚନା ଦିଆଯାଇଥିଲା । ପଚରାଉଚରା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ଗିରଫଦାରିକୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ଏନେଇ କେଜ୍ରିୱାଲ ଟ୍ୱିଟ୍ କରିଥିଲେ, ‘ଭବବାନ ଆମ ସହ ଅଛନ୍ତି ମନୀଷ । ଲକ୍ଷ ଲକ୍ଷ ଶିଶୁ ଓ ଅଭିଭାବକଙ୍କ ଶୁଭେଚ୍ଛା ଆପଣଙ୍କ ସହିତ ରହିଛି । ଆପଣ ଦେଶ ଓ ସମାଜ ପାଇଁ ଜେଲ୍ ଯାଉଛନ୍ତି । ଜେଲ ଯିବା ଦୂଷଣ ନୁହେଁ, ଭୂଷଣ ଅଟେ । ଆପଣ ଶୀଘ୍ର ଜେଲରୁ ଫେରି ଆସନ୍ତୁ । ମୁଁ ଏହା ପ୍ରଭୁଙ୍କ ନିକଟରେ କାମନା କରୁଛି । ଦିଲ୍ଲୀର ଶିଶୁ, ଅଭିଭାବକ ଓ ଆମେ ସବୁ ଆପଣଙ୍କର ଅପେକ୍ଷାରେ ରହିଛୁ ।

Get real time updates directly on you device, subscribe now.