fbpx
BSKY
BJD SHG SKY
BJD YOUTH SKY

ଅଷ୍ଟ୍ରେଲିଆରେ ଫାଇନାଲ ମ୍ୟାଚରେ ସ୍ପେଶାଲ ଓଭର: ଗୋଟିଏ ଓଭରରେ ଅଧା ଟିମକୁ ପଠାଇଲେ ପାଭିଲିୟନ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ଆସିବା ପରେ ବର୍ତ୍ତମାନ ଖେଳର ରୋମାଞ୍ଚ ଆହୁରି ବୃଦ୍ଧି ପାଇଛି । ବିଶେଷ କରି ଏହି ଫର୍ମାଟରେ ଚୌକା ଛକାର ବର୍ଷା ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଟି-୨୦ରେ ଗୋଟିଏ ଓଭର ସମ୍ପୂର୍ଣ୍ଣ ମ୍ୟାଚର ରୂପ ବଦଳାଇ ଦେଇଥାଏ । ଏଭଳି ଏକ ଓଭର ଦେଖିବାକୁ ମିଳିଛି ଅଷ୍ଟେଲିଆରେ ଚାଲିଥିବା ଏକ ଘରୋଇ ମ୍ୟାଚରେ । ଗୋଟିଏ ଓଭରରେ ଟିମର ଅଧା ଖେଳାଳିଙ୍କୁ ପାଭିଲିୟନ ପଠାଇଛନ୍ତି । ଏହି ଗୋଟିଏ ଓଭର ବିପକ୍ଷ ଦଳ ହାତରୁ ମ୍ୟାଚକୁ ଛଡାଇ ନେଇଛି ।

ଥରେ ଚିନ୍ତା କରନ୍ତୁ ଯଦି ଗୋଟିଏ ଓଭରରେ ୪ ରନ ଆବଶ୍ୟକ ହୋଇଥାଏ, ଉପରେ ଯଦି ହାତରେ ୫ ୱିକେଟ ଥାଏ ତେବେ କ୍ରିକେଟରେ ଏହାକୁ ନିଶ୍ଚିତ ବିଜୟ ବୋଲି ବିଚାର କରାଯାଏ । କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ଏକ ଘରୋଇ ଲିଷ୍ଟ-ଏ ମ୍ୟାଚରେ ଘଟଣା ସମ୍ପୂର୍ଣ୍ଣ ବିପରୀତ ପରିଣାମ ଦେଖିବାକୁ ମିଳିଛି । ସାଉଥ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଏହି ମ୍ୟାଚର ଶେଷ ଓଭରରେ ୫ ରନର ଆବଶ୍ୟକ ରହିଥିଲା । ଏକଦା ମ୍ୟାଚରେ ବିଜୟ ନିଶ୍ଚିତ ମନେ ହେଉଥିବା ବେଳେ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲେ ୪୭ ତମ ଓଭର ବୋଲିଂ କରୁଥିବା ଷ୍ଟାର ବୋଲର ସାରା । ଓଭରର ପ୍ରଥମ ବଲରେ ଏନି ଓ ନୀଲ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ଦ୍ୱିତୀୟ ବଲରେ ୧ ରନ ସଂଗ୍ରହ କରିଥିଲା ଟିମ ସାଉଥ ଅଷ୍ଟ୍ରେଲିଆ ।

ସେହିପରି ତୃତୀୟ ବଲରେ ଜିମି ବେର୍ସି ଷ୍ଟମ୍ପ ଆଉଟ ହୋଇଥିଲେ । ଏହାପରେ ଚତୁର୍ଥ ବଲରେ ରନ ଆଉଟ ହୋଇ ପାଭିଲିୟନ ଫେରିଥିଲେ ଅମାଣ୍ଡା । ୬ ବଲରେ ୪ ରନର ଆବଶ୍ୟକ ଥିବା ବେଳେ ଏବେ ୨ ବଲରେ ୩ ରନ ବିଜୟ ଲକ୍ଷ୍ୟ ରହିଥିଲା । ଏହାସହିତ ୩ଟି ୱିକେଟ ହରାଇ ସାରିଥିଳା ଦଳ । ତେବେ ପଞ୍ଚମ ବଲରେ କୋଏଟେ ଏଲସନଙ୍କୁ ଏଲବିଡବ୍ଲୁ କରି ସାଉଥ ଅଷ୍ଟ୍ରେଲିଆକୁ ନବମ ଝଟକା ଦେଇଥିଲେ । ଶେଷ ବଲରେ ୩ ରନର ଆବଶ୍ୟକ ଥିଲା, ଏହି ବଲକୁ କଭରରେ ଖେଳି ମ୍ୟାଚ ଜିତିବା ଆଶାରେ ଥିଲା ସାଉଥ ଅଷ୍ଟ୍ରେଲିଆ । କିନ୍ତୁ ବ୍ୟାଟ୍ସମ୍ୟାନ ରନ ଆଉଟ ହୋଇଯିବାରୁ ଟିମ ଅଲଆଉଟ ହୋଇଯାଇଥିଲା । ଏହି ୱିକେଟ ସହ ଭାଙ୍ଗିଗଲା ସାଉଥ ଅଷ୍ଟ୍ରେଲିଆର ବିଜୟ ଆଶା । ଟାଇଟଲ ବିଜୟରୁ ମାତ୍ର ୨ ରନ ଦୂରରେ ରହିଗଲା ଦଳ । ଏହାସହିତ ବୋଲରଙ୍କ ନାଁରେ ଏକ ବିରାଟ ରେକର୍ଡ ମଧ୍ୟ ଲେଖା ହୋଇଛି ।

Get real time updates directly on you device, subscribe now.