fbpx

କରୋନା ଭାଇରସ୍ ପ୍ରାକୃତିକ ନୁହେଁ,କିଛି ଦେଶର ଷଡଯନ୍ତ୍ର – ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦାବି

ନୂଆଦିଲ୍ଲୀ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର କରୋନା ଭାଇରସକୁ ନେଇ ଏକ ବଡ ବୟାନ ଦେଇଛନ୍ତି । କରୋନା ଭାଇରସ୍ ପ୍ରାକୃତିକ ନଥିଲା ଏବଂ ଏହା କିଛି ଦେଶର ଷଡଯନ୍ତ୍ର ଥିଲା । ଏହା ଏକ ଜୈବିକ ଯୁଦ୍ଧ ଥିଲା । ମହାରାଷ୍ଟ୍ରର ଏକ ଧାର୍ମିକ ଆୟୋଜନରେ ସମ୍ବୋଧିତ କରିବା ସମୟରେ ଶ୍ରୀ ଶ୍ରୀ ରବିଶଙ୍କର ଏହି ମନ୍ତବ୍ୟ ଦେଇ କହିଛନ୍ତି ଯେ, ବଡ ବଡ ଦେଶରେ କରୋନା ଟିକା ସେତେଟା ସୁଫଳ ଦେଉନାହିଁ ଏହା ହୋଇଛି ତାର ପ୍ରମାଣ ।

ଶ୍ରୀ ଶ୍ରୀ ରବିଶଙ୍କର ଆହୁରି କହିଛନ୍ତି ଯେ, ପୁରା ବିଶ୍ୱକୁ କରୋନା ଭାଇରସ ସହ ଲଢିବାକୁ ପଡିଥିଲା । ଲୋକଙ୍କୁ ୨ ବର୍ଷ ଘରେ ବନ୍ଦ ହୋଇ ରହିବାକୁ ପଡିଥିଲା । ସେହି ସମୟରେ ମଧ୍ୟ ମୁଁ କହିଥିଲି ଯେ, କରୋନା ଭାଇରସ୍ ପ୍ରାକୃତିକ ନୁହେଁ, କିଛି ଦେଶର ଷଡଯନ୍ତ୍ର । ଏହା ଏକ ଜୈବିକ ଯୁଦ୍ଧ ।

ଆଧ୍ୟାତ୍ମିକ ଗୁରୁ କହିଛନ୍ତି ଯେ, ଏହି ବୟାନ ନ ଦେବା ପାଇଁ ମୋ ଶିଷ୍ୟ ପରାମର୍ଶ ଦେଇଥିଲେ । କାରଣ ଏଥିରେ ବିବାଦ ହେବାର ସମ୍ଭାବାନା ରହିଛି । ଯାହା ମୁଁ କହିଥିଲି, ତାହା ପ୍ରମାଣ ହୋଇଛି । କରୋନା ଟିକା ଗୁଡିକ ସେତିକି ପ୍ରଭାବଶାଳୀ ହେଉନାହିଁ, ଯେତିକି ହେବା କଥା । ଦେଶ ଯୋଗ ଏବଂ ଆୟୁର୍ବେଦିକ ଉପାରେ ଭରଶା କରିବା ଉଚିତ୍ । କରୋନା ପାଇଁ ହର୍ବାଲ୍ ଏବଂ ଆୟୁର୍ବେଦିକ ଔଷଧ ବ୍ୟବହାର କରାଯିବା ଉଚିତ୍ । ଏଥିପାଇଁ ଘଇଙଛ ୧୯ ପ୍ରସ୍ତୁତ ହୋଇ ୧୪ ଟି ଡାକ୍ତରଖାନାରେ ପରୀକ୍ଷା କରାଯାଇଛି । କରୋନା ଭାଇରସ୍ କୁ ଠିକ୍ କରିବା ପାଇଁ ଏହି ଔଷଧକୁ ବ୍ୟବହାର କରାଯାଇପାରିବ । କରୋନା ମହାମାରୀକୁ ରୋକିବା ପାଇଁ ଏହି ଔଷଧ ସଫଳ କାମ କରିବ ।

Get real time updates directly on you device, subscribe now.