fbpx

ଅଜାଣତରେ କରୁଛନ୍ତି କି ଏହି ଭୁଲ୍ ? ଏହି ୭ଟି ଭୁଲ ସ୍ମାର୍ଟଫୋନ୍ ବିସ୍ଫୋରଣର ପାଇଁ ଦାୟୀ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ୟାଟେରୀରେ ବିସ୍ଫୋରଣର ଅନେକ ଘଟରା ସାମ୍ନାକୁ ଆସିଛି। ନିକଟରେ ଉଜ୍ଜୈନରେ ଏଭଳି ଘଟଣା ଘଟିଥିଲା । ଚାର୍ଜ ସମୟରେ ସ୍ମାର୍ଟଫୋନ୍ ବ୍ୟାଟେରୀରେ ବିସ୍ଫୋରଣ ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସ୍ମାର୍ଟଫୋନରେ ବିସ୍ଫୋରଣର ଅନେକ କାରଣ ଥାଇପାରେ । କେତେବେଳେ ସ୍ମାର୍ଟଫୋନରେ ଥିବା ସମସ୍ୟା ହେତୁ ଅଘଟଣ ଘଟିଥାଏ, ତ ଆଉ କେତେବେଳେ ବ୍ୟବହାରକାରୀଙ୍କ ଭୁଲ ଯୋଗୁଁ ମଧ୍ୟ ବିସ୍ଫୋରଣ ହୋଇଥାଏ ।

ପ୍ରତ୍ୟେକ ଥର ସ୍ମାର୍ଟଫୋନ୍ ଯୋଗୁଁ ବିସ୍ଫୋରଣ ହେବା ତାହା ସମ୍ଭବ ନୁହେଁ । ଫୋନ୍ ବ୍ୟବହାର କରିବାବେଳେ ଆମେ ଅଜାଣତରେ ଏଭଳି କିଛି ତ୍ରୁଟି କରିଥାଉ, ଯାହା ବ୍ୟାଟେରୀ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ସେହି କାରଣରୁ ବ୍ୟାଟେରୀରେ ବିସ୍ଫୋରଣର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ।

ଟେକ୍ ବିଶେଷଜ୍ଞମାନେ ମାନନ୍ତି ଯେ , ସ୍ମାର୍ଟଫୋନ୍ ବ୍ୟାଟେରୀରେ ବିସ୍ଫୋରଣର ମୁଖ୍ୟ କାରଣ ହେଉଛି ଉପଭୋକ୍ତାମାନେ କିପରି ଫୋନ୍ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ଆପଣ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଚରୁଛନ୍ତି , ତେବେ ବ୍ୟାଟେରୀ ବିସ୍ଫୋରଣର ବିପଦକୁ କିପରି ଦୂରେଇ ପାରିବେ । ଏହି ଦିଗ ପ୍ରତି ଧ୍ୟାନ ଦେଲେ ଫୋନର ବ୍ୟାଟେରୀ ବିସ୍ଫୋରଣ ଆଶଙ୍କା କମିଯିବ….

୧. ସ୍ମାର୍ଟଫୋନ୍ କୁ କେବେବି ସାରାରାତି ଚାର୍ଜିଂ ରେ ରଖିବା ଉଚିତ୍ ନୁହେଁ । ଯଦି ଆପଣ ଏହା କରନ୍ତି, ତେବେ ଆଜି ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଅଧିକ ଚାର୍ଜିଂ ଦ୍ୱାରା ବ୍ୟାଟେରୀ ବିସ୍ଫୋରଣର ଆଶଙ୍କା ଥାଏ ।

୨. କେବଳ ଫୋନ୍ ବକ୍ସରେ ମିଳୁଥିବା ଚାର୍ଜର ସହିତ ଆପଣଙ୍କ ଫୋନ୍ ଚାର୍ଜ କରନ୍ତୁ । ଫୋନକୁ କୌଣସି ଚାର୍ଜ ରେ ଚାର୍ଜ କରାଯିବା ଉଚିତ ନୁହେଁ ।

୩. ସ୍ମାର୍ଟଫୋନ୍ ପାଇଁ ଚାର୍ଜର ନେବାବେଳେ, ଏହାର ଭୋଲଟେଜ୍ ଏବଂ କରେଣ୍ଟ ବିଷୟରେ ସୂଚନା ନିଅନ୍ତୁ ।

୪. ଚାର୍ଜିଂ ରେ ଥିବା ବେଳେ କେବେବି ଗେମ୍ ଖେଳନ୍ତୁ ନାହିଁ କିମ୍ବା ଭିଡିଓ ଦେଖନ୍ତୁ ନାହିଁ । ଅନେକ ଲୋକ ଫୋନ୍ ଚାର୍ଜିଂ କରି କଲ ମଧ୍ୟ କରନ୍ତି, ଏହି ଅଭ୍ୟାସକୁ ମଧ୍ୟ ବନ୍ଦ କରନ୍ତୁ । ଚାର୍ଜ କରିବା ସମୟରେ ଖେଳ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବା ବ୍ୟାଟେରୀ ଉପରେ ଅଧିକ ଚାପ ପକାଇଥାଏ ।

୫. ଯଦି ଆପଣଙ୍କର ଫୋନର ହାର୍ଡୱେରରେ କୌଣସି ଅସୁବିଧା ଅଛି, ତେବେ ତୁରନ୍ତ ଏହାକୁ ଠିକ୍ କରନ୍ତୁ । ହାର୍ଡୱେର୍ ସମସ୍ୟା ହେତୁ ବିସ୍ଫୋରଣର ଆଶଙ୍କା ମଧ୍ୟ ବଢିଥାଏ ।

୬. ଯଦି ଆପଣଙ୍କର ଫୋନର ବ୍ୟାଟେରୀ ଫୁଲିଯାଏ, ଏହାର ଅର୍ଥ ହେଉଛି ଏହା ନଷ୍ଟ ହୋଇଯାଇଛି । ଏପରି ପରିସ୍ଥିତିରେ ଏହାକୁ ଚାର୍ଜିଂରେ ରଖିବା ଦ୍ୱାରା ବିସ୍ଫୋରଣ ଏବଂ ନିଆଁ ଲାଗିବା ଆଶଙ୍କା ବଢିଥାଏ ।

୭. ଅନେକ ମାସ ଧରି ଫୋନ୍ ଅପଡେଟ୍ ନକରିବା ହେତୁ, ପ୍ରୋସେସରର କାର‌୍ୟ୍ୟ ଶକ୍ତି କମିବା ଆରମ୍ଭ କରେ ଏବଂ ଏହାର ପ୍ରଭାବ ବ୍ୟାଟେରୀ ଉପରେ ପଡେ । ସେଥିପାଇଁ ସ୍ମାର୍ଟଫୋନ୍ ସମୟ ସମୟରେ ଅପଡେଟ୍ ହେବା ଉଚିତ୍ ।

Get real time updates directly on you device, subscribe now.