fbpx

ଅମ୍ପାୟାର ଦେଲେନି ୱାଇଡ: DRS ନେଇ ହାରିବା ମ୍ୟାଚକୁ ପାଲଟାଇ ଦେଲେ ୟୁପି ୱାରିୟର୍ସର ଗ୍ରେସ୍ ହାରିସ୍

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ର ତୃତୀୟ ମ୍ୟାଚ୍ ଗତକାଲି ଗୁଜରାଟ ଜିଆଣ୍ଟସ୍ ଏବଂ ୟୁପି ରିୟର୍ସ ମଧ୍ୟରେ ହୋଇଥିଲା। ରବିବାର ଡି.ୱାୟୀ. ପାଟିଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୟୁପି ୱାରିୟର୍ସ ୩ ଉଇକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୟୁପି ୱାରିୟର୍ସର ବିଜୟରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ରୋସ୍ ହାରିସଙ୍କ ମୁଖ୍ୟ ଭୁମିକା ରହିଥିଲା । ଗ୍ରେସ୍ ହାରିସ ୨୬ ବଲ୍ ଖେଳି ୫୯ ରନ୍‌ର ବିସ୍ପୋରକ ଇନିଂସ ଖେଳିଥିଲେ । ଯେଉଁଥିରେ ୭ ଚୌକା ଏବଂ ୬ ଛକ୍କା ସାମିଲ ଥିଲା ।

ୟୁପି ୱାରିୟର୍ସକୁ ଜିତିବା ପାଇଁ ଶେଷ ପାଞ୍ଚ ଓଭରରେ ଜିତିବା ପାଇଁ ୬୩ ରନ୍ ସ୍କୋର ଆବଶ୍ୟକ ଥିଲା, ତେଣୁ ସେମାନଙ୍କ ବିଜୟ କଷ୍ଟସାଧ୍ୟ ଦେଖାଯାଉଥିଲା । କିନ୍ତୁ ବିସ୍ପୋରକ ବ୍ୟାଟିଂ କରି ଗ୍ରେସ୍ ହାରିସ୍ ହାରିଯାଇଥିବା ଖେଳକୁ ଓଲଟାଇ ଦେଇଥିଲେ । ଅନ୍ୟପଟେ ସୋଫି ଏକ୍ଲେଷ୍ଟୋନ ଉପସ୍ଥିତ ରହି ହାରିସଙ୍କୁ ଭଲ ସମର୍ଥନ ଦେଇଥିଲେ । ଏବଂ ଅଷ୍ଟମ ୱିକେଟ୍ ପାଇଁ ଦୁହିଁଙ୍କର ଅପରାଜିତ ୭୦ ରନ୍ ମ୍ୟାଚ୍ ବିଜୟୀ ପାର୍ଟନରସୀପ କରିଥିଲେ । ହାରିସ୍‌ଙ୍କ ବ୍ୟତୀତ କିରଣ ନାଭାଗେୟାର ମଧ୍ୟ ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ । ଗୁଜୁରାଟ ଜିଆଣ୍ଟସ ପାଇଁ କିମ ଗାର୍ଟ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିଲେ ।

ଶେଷ ଓଭରରେ ୟୁପି ୱାରିୟସକୁ ଜିତିବା ପାଇଁ ୧୯ ରନ୍ ଆବଶ୍ୟକ ଥିଲା । ଗୁଜରାଟ ଟାଇଟାନ୍ସର ଅଧିନାୟୀକା ସ୍ନେହା ରାଣା ଶେଷ ଓଭର ବୋଲିଂ କରିବାକୁ ଅନାବେଲ ସଦରଲ୍ୟାଣ୍ଡଙ୍କୁ ବଲ୍ ଦେଇଥିଲେ । କିନ୍ତୁ ତାଙ୍କର ଏହି ନିଷ୍ପତି ଦଳ ପାଇଁ ବହୁତ ଭାରି ପଡ଼ିଥିଲା । ସଦରଲ୍ୟାଣ୍ଡ ଶେଷ ଓଭରରେ ଦୁଇଟି ଇଡ୍ ପକାଇଥିଲେ । ଯାହା ୟୁପି ରିୟର୍ସ ବିଜୟ ସହଜ କରି ଦେଇଥିଲା । ଏହା ସହିତ ଗୁଜରାଟ ଜିଆଣ୍ଟସ୍ ଲଗତାର ଦ୍ୱିତୀୟ ପରାଜୟ ବରଣ କରିଛି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଗୁଜୁରାଟ ଜିଆଣ୍ଟସ୍ ଦଳ ୬ଟି ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଗୁଜୁରାଟ ପାଇଁ ହରଲୀନ୍ ଦେଓଲ ସର୍ବାଧିକ ୪୬ ରନ୍ ସ୍କୋର କରିଥିଲେ । ତାଙ୍କ ପଛକୁ ଗାର୍ଡନର ୨୫ ଏବଂ ମେଘନା ୨୪ ସ୍କୋର କରିଥିଲେ ।

Get real time updates directly on you device, subscribe now.