fbpx

PM Kisaan Yojnaରେ ମିଳି ନ ପାରେ ଟଙ୍କା: ଭୁଲରେ ବି କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଖୁବ ସହାୟତା ମିଳିପାରିଛି । ଗରିବ ଏବଂ ଲିଜଧାରୀ କୃଷକମାନଙ୍କ ଏହି ଯୋଜନା ଅଧୀନରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିପାରୁଛି । ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ପ୍ରତ୍ୟେକ କୃଷକଙ୍କ ଆକାଉଣ୍ଟକୁ ପଠାଉଛନ୍ତି କେନ୍ଦ୍ର ସରକାର । ତେବେ ୩ଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ କେନ୍ଦ୍ର ସରକାରଙ୍କ ତରଫରୁ କୃଷକଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଉଛି । ତେବେ କିଛି କୃଷକଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବାରେ ସମସ୍ୟା ଦେଖା ଦେଇପାରେ ।

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଜରିଆରେ ସଞ୍ଚାଳିତ ପିଏମ କିସାନ ସମ୍ମାନ ନିଧି ଯୋଜନା ପଞ୍ଜୀକୃତ ହୋଇଥିବା ସମସ୍ତ କୃଷକଙ୍କ ପାଇଁ ସହାୟତା ପ୍ରଦାନ କରିଥାଏ । ତେବେ ଅନେକ ସମୟରେ ରେଜିଷ୍ଟ୍ରେସନ କରିବା ସମୟରେ ଭୁଲ ତଥ୍ୟ ରେକର୍ଡ ହୋଇପାରେ । ଏହି ଛୋଟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟକୁ ପିଏମ କିସାନ ଯୋଜନାର ଟଙ୍କା ଆସିବାରେ ସମସ୍ୟା ହୋଇପାରେ । ତେବେ ଏହାକୁ ଆପଣ ଏଡିଟ ମଧ୍ୟ କରିପାରିବେ । ଖାତାରେ ତଥ୍ୟ ଏଡିକଟ କରିବା ପାଇଁ ଆପଣଙ୍କ ଆଧାର କାର୍ଡର ଆବଶ୍ୟକତା ପଡିପାରେ । ଆସନ୍ତୁ ଜାଣିବା କିପରି କରିବେ ଏଡିଟ:

ସର୍ବ ପ୍ରଥମେ ପିଏମ କିସାନ ଯୋଜନା ନିଧି ଅନଲାଇନ ପୋର୍ଟାଲରେ ଫାର୍ମର୍ସ କର୍ଣ୍ଣର ପର୍ଯ୍ୟନ୍ତ ସ୍କ୍ରୋଲ କରନ୍ତୁ ।

ଆଧାର ବିବରଣୀ ଏବଂ କାପଚା ଫିଲ୍ ଅପ୍ କରନ୍ତୁ

ଆଗାମୀ ପେଜରେ କିସାନ ବିବରଣୀ ଦେଖାଯିବ

ପୁଣି ଖାତା ବିବରଣୀ ଅପଡେଟ ବା ଏଡିଟ କରିବା ପାଇଁ ଏଡିଟ ଉପରେ କ୍ଲିକ କରନ୍ତୁ

ଆବଶ୍ୟକତା ଅନୁସାରେ, ବିବରଣୀ ଅପଲୋଡ କରିବା ଜାରି ରଖନ୍ତୁ

ବିବରଣୀ ଅପଡେଟ କରିବା ପାଇଁ ଏହାକୁ ସେଭ୍ କରନ୍ତୁ ।

Get real time updates directly on you device, subscribe now.