fbpx

ସାରିଲା ହୋଲି ଖେଳ ; ଏବେ ଦାଗ ଛାଡିବା ଚିନ୍ତା, ଚୁଟିକ୍ ରେ ଛାଡିବ ମୁହଁରୁ ରଙ୍ଗ ଦାଗ

ଭୁବନେଶ୍ୱର : ହୋଲି ଭଳିଆ ଦିନରେ ଯଦି କେହି ରଙ୍ଗ ଲଗାଇ ଦେଲା ଆମେ କିଛି କରିପାରୁନା । ରାଗିବା ବଦଳରେ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଉ । ସେ ବି ଶୁଭେଚ୍ଚଶ ଜଣାଇ ସେଠାରୁ ପଳାନ୍ତି, କିନ୍ତୁ ରଙ୍ଗ ଦାଗ ଛାଡି ଦେଇ ଯାଆନ୍ତି । ଏ ରଙ୍ଗକୁ ଯେତେ ଧୋଇଲେ ମଧ୍ୟ ଛାଡେ ନାହିଁ । ବାରମ୍ବାର ଘସିବା ଦ୍ୱାରା ଚର୍ମ ଛାଡି ହେଲେ ରଙ୍ଗ ଛାଡେନି । ତେବେ କ’ଣ କରିବେ । ଆସନ୍ତାକାଲି କ’ଣ ଦାଗ ଲଗା ମୁହଁରେ ଅଫିସ୍ ଯିବେ । ତେବେ ଆସନ୍ତୁ ରଙ୍ଗ ଛାଡିବାର ଟିପ୍ସ ବିଷୟରେ ଜାଣିବା….

ସର୍ବପ୍ରଥମେ କ୍ଷୀରରେ ବାଦାମ, କମଳା ଚୋପା ଏବଂ ମସୁର ଡାଲି ଗୁଣ୍ଡ ବା ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ନହେଲେ କ୍ଷୀରରେ ଏସମସ୍ତ ସାମଗ୍ରୀକୁ ମିଶାଇ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ତାହା ମଧ୍ୟ ଫେସ୍ ପ୍ୟାକ୍ ହୋଇଯିବ । ଏହାକୁ ପୁରା ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ଶୁଖିଗଲା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହା ଦ୍ୱାରା ଚେହେରାରୁ ରଙ୍ଗ ଦାଗ ଛାଡିବା ସହ ଚେହେରାର ଉଜ୍ଜ୍ୱଳତା ମଧ୍ୟ ବଢିଯିବ ।

ଅନ୍ୟ ଏକ ଉପାୟ ହେଲା ବେସନ । ଶରୀରର ଅନ୍ୟ ଅଙ୍ଗରୁ ରଙ୍ଗ ଦାଗ ଛଡାଇବା ପାଇଁ ବେସନ ବ୍ୟବହାର କରିପାରିବେ । ବେସନରେ ଲେମ୍ବୁ ରସ ଓ ଅଳ୍ପ ମାତ୍ରାରେ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଭଲ ଭାବରେ ରଙ୍ଗ ଦାଗ ଲାଗିଥିବା ଜାଗାରେ ଲଗାଇଦିଅନ୍ତୁ । ୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ହୋଇ ପଡନ୍ତୁ । ରଙ୍ଗ ଦାଗ ସବୁ ଛାଡିଯିବ ।

Get real time updates directly on you device, subscribe now.