ନୂଆଦିଲ୍ଲୀ : ରଙ୍ଗର ପର୍ବ ହୋଲି ଆଜି ସାରା ଦେଶରେ ପାଳନ କରାଯାଉଛି । ଲୋକମାନେ ହୋଲି ଉତ୍ସବରେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ କିଛି ଲୋକ ଥାଆନ୍ତି ସବୁବେଳେ କିଛି ନିଆରା କରିବାକୁ ଚେଷ୍ଟା କରନ୍ତି । ସେହଭଳି ଏକ ନିଆରା ଢଙ୍ଗରେ କିଛି ଲୋକ ଆଜି ହୋଲି ପାଳନ କରିଛନ୍ତି ।
ପ୍ରାୟ ୧୦ ଲକ୍ଷରୁ ଅଧିକ ଗଛରେ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି । ପାରମ୍ପାରିକ ଗୀତ ନାଚରେ ହୋଲିର ମହାଲକୁ ଆହୁରି ଆକର୍ଷଣୀୟ କରିଛନ୍ତି । ଏସବୁ ମଧ୍ୟରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ।
ବିହାରର ବାଗାହାଠାରେ ଏହି ନିଆରା ହୋଲି ଗଛ ସହିତ ପାଳନ କରାଯାଇଥିଲା । ଯେଉଁଠାରେ ଲୋକମାନେ ହୋଲିର ପାରମ୍ପାରିକ ଗୀତରେ ନାଚୁଥିବାର ନଜର ଆସିଥିଲେ । କେବଳ ହୋଲି ନୁହେଁ, ଦିୱାଲୀ ଏବଂ ରାକ୍ଷବନ୍ଧନର ପର୍ବ ମଧ୍ୟ ସେମାନେ ଏହି ଗଛଗୁଡିକ ସହ ପାଳନ କରନ୍ତି ବୋଲି ଗାଁର ଜଣେ ପରିବେଶପ୍ରେମୀ କହିଛନ୍ତି ।