fbpx

ଦୀର୍ଘ ୧୮ ବର୍ଷ ପରେ ଟାଟାଗ୍ରୁପ ଆଣୁଛି IPO, କିପରି ରୋଜଗାର କରିବେ ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ରତନ ଟାଟାର ଅଧିକାରୀ ଟାଟା ଗ୍ରୁପ ନିବେଶକଙ୍କ ରୋଜଗାର ପାଇଁ ଏକ ଉତ୍ତମ ସୁଯୋଗ ଆଣିଛନ୍ତି । ଯଦି ଆପଣ ଆଇପିଓରେ ନିବେଶ କରିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଟାଟା ମୋଟର୍ସର ସହାୟକ କମ୍ପାନୀ ଟାଟା ଟେକ୍ନୋଲୋଜି ଇନିସିଆଲ ପବ୍ଲିକ୍ ଅଫରିଙ୍ଗ ଲଞ୍ଚ କରିବା ପୂର୍ବରୁ ଗୁରୁବାର ଦିନ ସିକ୍ୟୁରିଟିଜ୍ ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ପାଖରେ ଡ୍ରାଫ୍ଟ ରେଟ ହେରିଙ୍ଗ ପସ୍ପେକ୍ଟସ୍ ଫାଇଲ୍ କରିଛନ୍ତି । ଟାଟା ମୋଟର୍ସ ଏକ ଏକ୍ସଚେଞ୍ଜ ଫାଇଲିଙ୍ଗରେ ଏହି ସୂଚନା ଦେଇଛନ୍ତି ।

ଟାଟା ଟେକ୍ନୋଲୋଜିର ଏହି ଆଇପିଓ ସଂପୂର୍ଣ୍ଣ ରୂପେ ଅଫର ଫର ସେଲ୍ ରେ ହେବ । ଏହାଦ୍ୱାରା କମ୍ପାନୀର ସେୟାରହୋଲ୍ଡର୍ସ ଏବଂ ବିଦ୍ୟମାନ ପ୍ରମୋଟର୍ସ ୯.୫୭ କୋଟି ସେୟାରକୁ ବଞ୍ଚାଇବାକୁ ଯାଉଛି । ସୂଚନା ଅନୁଯାୟୀ, ଟାଟା ମୋଟର୍ସର ଟାଟା ଟେକ୍ନୋଲୋଜିରେ ୭୪ ପ୍ରତିଶତ ଅଂଶୀଦାର । ଆଲ୍ଫା ଟିସି ହୋଲ୍ଡିଙ୍ଗର ୭.୨୬ ପ୍ରତିଶତ ଏବଂ ଟାଟା କ୍ୟାପିଟାଲ ଗ୍ରୋଥ ଫଣ୍ଡ ୧ର ୩.୬୩ ପ୍ରତିଶତ ଅଂଶୀଦାର ଅଟେ । ଏହି ଆଇପିଓ ଜରିଆରେ ଟାଟା ମୋଟର୍ସ ୮.୧୧ କୋଟି, ଆଲ୍ଫା ଟିସି ହୋଲ୍ଡଙ୍ଗିସ୍ ୯୭.୨ ଲକ୍ଷ ଏବଂ ଟାଟା କ୍ୟାପିଟାଲ ଗ୍ରୋଥ ଫଣ୍ଡ ୧, ନିଜର ୪୮.୬ ଲକ୍ଷ ସେୟାରର ବିକ୍ରୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ।

ଟାଟା ଗ୍ରୁପ୍ ଆଇପିଓ ପ୍ରାୟ ୧୮ ବର୍ଷ ପରେ ଏହାର IPO ଲଞ୍ଚ କରିବାକୁ ଯାଉଛି। ଏହାପୂର୍ବରୁ ୨୦୦୪ ମସିହାରେ ଟାଟା ଗ୍ରୁପ୍ ର ଆଇଟି କମ୍ପାନୀ ଟାଟା କନ୍ସଲ୍ଟାନ୍ସ ସର୍ଭିସେସ୍ (TCS) ର IPO ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଟାଟା ଟେକ୍ନୋଲୋଜି ଶୀଘ୍ର ଷ୍ଟକ୍ ମାର୍କେଟରେ ପ୍ରବେଶ କରିବ। ଏହିପରି, ଟାଟା ଗ୍ରୁପ୍ ର ଅନ୍ୟ ଏକ କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହେବାକୁ ପ୍ରସ୍ତୁତ।

ଟାଟା ଟେକ୍ନୋଲୋଜି ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ପାଦ ଇଞ୍ଜିନିୟରିଂ ଏବଂ ଡିଜିଟାଲ୍ ସେବା କମ୍ପାନୀ। ଏହା ଅଟୋ ଇଣ୍ଡଷ୍ଟ୍ରିଆଲ୍ ଭାରୀ ଯନ୍ତ୍ର ଏବଂ ଏରୋସ୍ପେସ୍ ଶିଳ୍ପକୁ ଉତ୍ପାଦ ଇଞ୍ଜିନିୟରିଂ ଏବଂ ଡିଜିଟାଲ୍ ସେବା ଯୋଗାଏ।

Get real time updates directly on you device, subscribe now.