fbpx
BJD SKY
BJD SKY

ସ୍ୱାମୀ ଶରୀରରେ ନିଜ ଟାଟୁ ଦେଖି କାହିଁକି ରାଗିଲେ ମହିଳା ….

BJD

ନୂଆଦିଲ୍ଲୀ : ଆଜିକାଲି ଟାଟୁ କରି ପ୍ରେମ ଦେଖାଇବା ଅତି ସାଧାରଣ କଥା ହୋଇଗଲାଣି । ପୂର୍ବରୁ ମଧ୍ୟ ଆମ ଜେଜେମା-ବାପାଙ୍କ ଅମଳରେ ସେମାନେ ବି ଟାଟୁ କରୁଥିଲେ ବା ଚିତା କୁଟାଉଥିଲେ । ନିଜ ନାଁ ହାତରେ ଲେଖୁଥିଲେ ବା ନିଜର ପ୍ରିୟଜନଙ୍କ ନାଁରେ ଚିତା କୁଟାଉଥିଲେ । ତେବେ କିଛି ଦିନ ବ୍ୟବଧାନ ପରେ ପୁଣି ପୁରୁଣା ଫ୍ୟାଶନ୍ ଆସିଲା । ଅଧୁନିକ ଯୁଗର ଯୁବପୀଢୀମାନେ ଟାଟୁ କରିବାକୁ ମଧ୍ୟ ବହୁତ ପସନ୍ଦ କଲେ । ନୂଆ ଶୈଳୀରେ ନିଜ ନାଁ ଲେଖନ୍ତି ତ ଅନ୍ୟ କେହି ମୟୁର ପର ବା ଅନ୍ୟ କୌଣସି ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି । କେହିକେହି ତ ନିଜ ପ୍ରେମିକ ପ୍ରେମିକା ନାଁ ମଧ୍ୟ ଟାଟୁ କରନ୍ତି ।

ଜଣେ ବ୍ୟକ୍ତି ସ୍ତ୍ରୀ ପ୍ରେମରେ ଏମିତି ପାଗଳ ହୋଇଗଲେ ଯେ, ତାଙ୍କ ପତ୍ନୀଙ୍କ ଫଟୋ ନିଜ ଶରୀରରେ ଆଙ୍କିବାକୁ ପଛାଇଲେନି । କିନ୍ତୁ ଫଟୋ ଦେଖି ସ୍ତଅୀ ପୁରା ଖପା… । ଏହି ଟାଟୁରେ ସେ ତାଙ୍କ ସ୍ତ୍ରୀଙ୍କ ଫଟୋ ଅତି ବିକୃତ ଭାବରେ ଟାଟୁ କରିଥିଲେ । ଅତ୍ୟନ୍ତ ପରିହାସ ଢଙ୍ଗରେ ଓ ବିକୃତ ଭାବରେ ତାଙ୍କ ସ୍ତ୍ରୀଙ୍କ ଫଟୋରେ ଟାଟୁ କରିଥିଲେ । ଏହାକୁ ଦେଖି ତାଙ୍କ ସ୍ତ୍ରୀ କ୍ରୋଧିତ ହୋଇଥିଲେ । ଟାଟୁ ମଧ୍ୟ ତାଙ୍କ କ୍ରୋଧିତ ରୂପର ଥିଲା ।

ଡେଲି ଷ୍ଟାର୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ଜେରୀ ଏବଂ ତାଙ୍କ ପତ୍ନୀ ଟେଗାନଙ୍କର ହଜାର ହଜାର ଫଲୋର୍ସ ଅଛନ୍ତି ଏବଂ ସେମାନେ ଚମତ୍କାର ଭିଡିଓ ପ୍ରସ୍ତୁତ କରନ୍ତି। ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜେରୀ ତାଙ୍କ ଶରୀରରେ ତିଆରି ଟାଟୁ ଦେଖାଇଥିଲେ । ସର୍ବଶେଷ ଟାଟୁ ହେଉଛି ତାଙ୍କ ପତ୍ନୀଙ୍କ ଚେହେରା ଯାହା ଅତ୍ୟନ୍ତ ମଜାଳିଆ । ସେ ଭିଡିଓରେ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ହସୁଥିଲେ ଏବଂ ଥଟ୍ଟା କରୁଥିଲେ ସେହି ସମୟର ଏହି ଫଟୋ ।

Get real time updates directly on you device, subscribe now.