fbpx

ମହିଳା ବିଚାରପତିଙ୍କ ଠାରୁ ହେଲା ଡକାୟତି, ବ୍ୟାଗ୍ ଝାମ୍ପିଲା ପରେ ଧକ୍କା ଦେଲା ଲୁଟେରା

ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳା ବିଚାରପତିଙ୍କ ସହ ଲୁଟ୍ ମାମଲା ସାମ୍ନାକୁ ଆସିଛି । ମହିଳା ବିଚାରପତି ତାଙ୍କ ପୁଅଙ୍କ ସହ ବାହାରେ ବୁଲୁଥିବା ଅବସ୍ଥାରେ ଏକ ବାଇକ ଆରୋହୀ ଲୁଟେରା ତାଙ୍କ ଠାରୁ ବ୍ୟାଗ ଛଡାଇ ନେବାପରେ ଧକ୍କା ଦେଇଛି । ପୋଲିସ ଏହି ମମଲାରେ ଦୁଇ ଲୁଟେରାଙ୍କୁ ଗିରଫ କରିଛନ୍ତି ।

ସୂଚନା ଅନୁସାରେ, ୬ମାର୍ଚ୍ଚ ରାତି ୧୦ଟାରେ ନିଜ ପୁଅ ସହ ଗୋଲାପି ରଙ୍ଗର ବ୍ୟାଗ ଧରି ଡିଏ ପ୍ଲେଟ୍ସର ବାହାରେ ବୁଲୁଥିଲେ । ସେତେବେଳେ ଏକ ବାଇକରେ ୨ଯୁବକ ଆସି, ମହିଳା ବିଚାରପତି ରଚନା ତିୱାରୀଙ୍କ ଠାରୁ ବ୍ୟାଗ ଛଡେଇ ନେଇ ଏକ ଧକ୍କା ଦେଇଛନ୍ତି । ଏଥିରେ ମହିଳା ବିଚାରପତି ସଡକ ଉପରେ ପଡିଗଲେ । ଏହାଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ମଧ୍ୟ ହୋଇଥିଲା । ଜଜଙ୍କ ପୁଅ ତାଙ୍କ ପିତାଙ୍କୁ ଏହି ସୂଚନା ଦେଇଥିଲେ । ଏହାପରେ ମହିଳା ଜଜଙ୍କୁ ହସ୍ପିଟାଲ ନିଆଯାଇଛି ।

କୁହାଯାଉଛି ବିଚାରପତିଙ୍କ ବ୍ୟାଗରେ ପାଖାପଖି ୮ ରୁ ୧୦ ହଜାର କ୍ୟାସ, ଏଟିଏମ ଏବଂ ଅନ୍ୟାନ୍ୟ କିଛି ଜରୁରୀ କାଗଜପତ୍ର ରହିଥିଲା । ଏହାପରେ ସେ ସାଙ୍ଗେ ସାଙ୍ଗେ ଏହି ମାମଲା ପୋଲିସ ପାଖେ ପଞ୍ଜୀକୃତ କରାଇଥିଲେ । ଜାଂଚ ଜରିଆରେ ସିସିଟିଭି ଫୁଟେଜ ଆଧାରରେ ବାଇକ୍ ର ପରିଚୟ ମିଳିଥିଲା । ଏହି ସାହାଯ୍ୟରେ ପୋଲିସ ଅପରାଧୀଙ୍କ ପାଖେ ପହଁଚି ପାରିଥିଲା ।

ପୋଲିସ କହିବା ଅନୁସାରେ, ସେ ଦୁଇ ବ୍ୟକ୍ତି ଦିଲଶାଦ ଏବଂ ରାହୁଲଙ୍କୁ ଗିରଫ କରିଛନ୍ତି । ଦିଲଶାଦ ହେଉଛନ୍ତି ଜଣେ ଅପରାଧୀ ଯାହା ଉପରେ ୧୦ ବର୍ଷର ମାମଲା ପଞ୍ଜୀକୃତ ହୋଇଛି । ରାହୁଲଙ୍କ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ପଞ୍ଜୀକୃତ ହୋଇନାହିଁ । ଏହାସହ ଅପରାଧୀଙ୍କ ଠାରୁ ୪ହଜାର କ୍ୟାସ ଏବଂ ଏଟିଏମ କାର୍ଡ ଜବତ କରାଯାଇଛି ।

Get real time updates directly on you device, subscribe now.