fbpx

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିଯୁକ୍ତି: LDC, UDC, ଆସିଷ୍ଟାଣ୍ଟ, PA, ଟାଇପିଷ୍ଟ, ଡ୍ରାଇଭର ପଦ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟି (CUO) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଡେପୁଟି ଲାଇବ୍ରେରିଆନ, ସିଷ୍ଟମ ଆନାଲିଷ୍ଟ, ହିନ୍ଦି ଅଫିସର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର, ଆସିଷ୍ଟାଣ୍ଟ ଲାଇବ୍ରେରିଆନ, ମେଡିକାଲ ଅଫିସର, ପ୍ରାଇଭେଟ ସେକ୍ରେଟାରୀ, ସେକ୍ସନ ଅଫିସର, ହିନ୍ଦି ଟ୍ରାନ୍ସଲେଟର, ଜୁନିୟର ଇଞ୍ଜିନିୟର, ଆସିଷ୍ଟାଣ୍ଟ, ପର୍ସନାଲ ଆସିଷ୍ଟାଣ୍ଟ, ହିନ୍ଦି ଟାଇପିଷ୍ଟ, ଅପର ଡିଭିଜନ କ୍ଲର୍କ, ଡ୍ରାଇଭର, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ ।

ପୂର୍ବରୁ ଆବେଦନର ଅନ୍ତିମ ତାରିଖ ମାର୍ଚ୍ଚ ମାସ ୧୦ ତାରିଖ ରହିଥିଲା । ମାତ୍ର ଏବେ ଅନ୍ତିମ ତାରିଖ ମାର୍ଚ୍ଚ ୨୦ ତାରିଖକୁ ବୃଦ୍ଧି କରାଯାଇଛି । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ବି.ଇ / ବି.ଟେକ, ଏମ.ଇ / ଏମ.ଟେକ, ଏମ.ଏସସି, ଏମସିଏ, ଡିପ୍ଲୋମା / ଡିଗ୍ରୀ, ପିଜି (ପ୍ରାସଙ୍ଗିକ ବିଭାଗ), ପିଏଚ.ଡି, ଏମବିବିଏସ ଆଦି ରହିଥିବା ଆବଶ୍ୟକ । ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରି ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟରେ ପ୍ରଦତ୍ତ ଠିକଣାରେ ପଠାଇବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ: https://cuo.ac.in/Recruitment/2023/Advt_NT_2023_10-02-2023.pdf

ଆବେଦନ ତାରିଖ ବୃଦ୍ଧି ଲିଙ୍କ: https://cuo.ac.in/Recruitment/2023/Office-Order-Extn-last-date.pdf

ଆପ୍ଲିକେସନ ଫର୍ମ ଲିଙ୍କ: https://cuo.ac.in/Recruitment/2023/Application_Form_NT_10-02-2023.pdf

Get real time updates directly on you device, subscribe now.