fbpx

ଆଜିଠାରୁ ବଦଳିବ ଏସବିଆଇ କ୍ରେଡିଟ୍ କାର୍ଡ ନିୟମ, ଏହା ଆପଣଙ୍କ ପକେଟରେ ପକାଇବ ସିଧା ପ୍ରଭାବ, ଜାଣନ୍ତୁ ନୂଆ ରୁଲ୍

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କର କୋଟୋକୋଟି ଗ୍ରାହକଙ୍କ ପାଇଁ ବଡ ଖବର ଆସି ପହଁଚିଛି । ଆପଣଙ୍କ ପାଖେ ଯଦି ଏସବିଆଇର କାର୍ଡ ଅଛି ତେବେ ବ୍ୟାଙ୍କ ଆପଣଙ୍କୁ ଏକ ବଡ ଝଟକା ଦେଇଛି । ଆଜିଠାରୁ ବ୍ୟାଙ୍କ କ୍ରେଡିଟ କାର୍ଡକୁ ନେଇ ନୂଆ ନିୟମ ଜାରି କରିଛି ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ । ଆସନ୍ତୁ ଏହି କାର୍ଡରର ନୂଆ ନିୟମ ବିଷୟରେ ଜାଣିବା ।

ଏସବିଆଇ କାର୍ଡସ୍ ଏବଂ ପେମେଣ୍ଟ ସର୍ଭିସ ଏହା ସୂଚନା ଦେଇଛି ଯେ, ଆଜିଠାରୁ ଅର୍ଥାତ ୧୭ ,ମାର୍ଚ୍ଚ ୨୦୨୩ ଠାରୁ ବ୍ୟାଙ୍କ କାର୍ଡର ଶୁଳ୍କ ବଢାଇଦେଇଛି । ଏସବିଆଇ କାର୍ଡ ଏହି ସଂପର୍କରେ ମେସେଜ ଏବଂ ମେଲ କରି ସୂଚନା ଦେଇଛି । ଉପଭୋକ୍ତା ମାନଙ୍କ ଠାରୁ ବର୍ତ୍ତମାନ ୧୯୯ ଟଙ୍କା ଏବଂ ଅନ୍ୟାନ୍ୟ ପ୍ରାଯୁଜ୍ୟ ଟ୍ୟାକ୍ସ ଆଦାୟ କରାଯିବ ।

ଏହା ପୂର୍ବରୁ ଏସବିଆଇ କାର୍ଡ ୨୦୨୨ରେ କ୍ରେଡିଟ କାର୍ଡ ଭଡାରେ ଦେୟ ଶୁଳ୍କ ୯୯ ଟଙ୍କା ଏବଂ ୧୮ ପ୍ରତିଶତ ଜିଏସଟିକୁ ବୃଦ୍ଧି କରିଥିଲା । କିନ୍ତୁ ସେହି ୯୯ ଟଙ୍କା ଏବଂ ପ୍ରାଯୁଜ୍ୟ ଟିକସ ବଦଳରେ ବର୍ତ୍ତମାନ ଆପଣଙ୍କ ଠାରୁ ଏହା ୧୯୯ ଟଙ୍କା ଟିକସ ଆଦାୟ କରାଯିବ । ପୂର୍ବରୁ ଗ୍ରାହକଙ୍କୁ ଏହି ସୂଚନା ପ୍ରଦାନ କରାଯାଇଥିଲା ହେଲେ ଆଜିଠାରୁ ତାହା କାର୍ଯ୍ୟକାରୀ ହେବ ।

Get real time updates directly on you device, subscribe now.