fbpx

ଶିଶୁକୁ ଜନ୍ମ ଦେବା ପରେ ମଧ୍ୟ ମହିଳା କର୍ମଚାରୀଙ୍କୁ ଦିଆଯିବ ମାତୃତ୍ୱ ଛୁଟି, ହାଇକୋର୍ଟର ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଏକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟରେ କହିଛନ୍ତି ଯେ, ମହିଳା କର୍ମଚାରୀ ଶିଶୁକୁ ଜନ୍ମ ଦେବା ପରେ ମାତୃତ୍ୱ ଅବକାଶ ପାଇଁ ହକଦାର ଅଟନ୍ତି । ତାଙ୍କୁ ଏହି ଅବକାଶ ଏଥିପାଇଁ ଦିଆଯାଉଛି ଯେ, ସେମାନେ ଶିଶୁକୁ ଜନ୍ମ ଦେଇସାରିବା ପରେ ତାଙ୍କ ପାଖେ ଚାଇଲ୍ଡ ଲିଭ୍ ନେବାର ବିକଳ୍ପ ରଖାଯାଇଛି ।

କୋର୍ଟ କହିଛନ୍ତି ଯେ, ଏହି ମହତ୍ତ୍ୱପୂର୍ଣ୍ଣ ଅବକାଶ ଏବଂ ଚାଇଲ୍ଡ କେୟାର ଲିଭ୍ ର ଭିନ୍ନ ଭିନ୍ନ ଲାଭ ଅଛି ଏବଂ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ଅଟେ । ମହିଳା କର୍ମଚାରୀ ଏହି ଦୁଇଟି ଅବକାଶର ହକଦାର ଅଟନ୍ତି । ଏହି ଅବକାଶ ନ୍ୟାୟମୂର୍ତ୍ତୀ ଅଶୁତୋଷ ଶ୍ରୀବାସ୍ତବ ଏତାର ସହାୟକ ଅଧ୍ୟାପିକା ସରୋଜଙ୍କ ନିବେଦନକୁ ସ୍ୱୀକାର କରି ଦେଇଥିଲେ ।

ମାମଲା ଅନୁସାରେ, ୟାଚି ମୌଳିକ ଶିକ୍ଷା ଅଧିକାରୀ ଏତାର ସମକ୍ଷ ମାତୃତ୍ୱ ଅବକାଶ ପାଇଁ ଆବେଦନ କରିଥିଲେ । ବିଏସଏ ୧୪ ନଭେମ୍ବର ୨୦୨୨ରେ ଏହା କହି ଅବେଦନ ଖାରଜ କରିଦେଇଥିଲା ଯେ, ୟାଚିର ଶିଶୁ ଜନ୍ମ ହୋଇସାରିଛି ଏବଂ ତାଙ୍କ ପାଖେ ଚାଇଲ୍ଡ କେୟାର ଲିଭର ବିକଳ୍ପ ଉପଲବ୍ଧ ଅଛି ସେଥିପାଇଁ ତାଙ୍କୁ ମାତୃତ୍ୱ ଅବକାଶ ଦିଆଯିବ ନାହିଁ । ଏହି ଆଦେଶକୁ ନିବେଦନ ଉପରେ ଚ୍ୟାଲେଞ୍ଜ ଦିଆଯାଇଥିଲା । ତେବେ ହାଇକୋର୍ଟ ପକ୍ଷକାରୀଙ୍କ କାଗଜପତ୍ର ଜାଂଚ କରି କହିଥିଲେ ଯେ, ମାତତ୍ୱ ଅବକାଶ ଶିଶୁର ଜନ୍ମ ପରେ ମଧ୍ୟ ଦିଆଯାଇ ପାରିବ ।

Get real time updates directly on you device, subscribe now.