fbpx

ମାଆଙ୍କୁ ମଧ୍ୟ ସାଥୀର ଆବଶ୍ୟକତା ରହିଛି, ପୁଅମାନେ କରେଇଲେ ନିଜ ବିଧବା ମାଆଙ୍କ ବିବାହ

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ଲୋକଙ୍କ ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେଉଛି । ପିଲା ମାନେ ମଧ୍ୟ ପିତା ମାତାଙ୍କ ଦୁଃଖ ବୁଝି ପାରୁଛନ୍ତି । କେବଳ ଏତିକି ନୁହେଁ ଯେଉଁ ପିଲା ନିଜ ପିତା ମାତାଙ୍କୁ ଏକା ଦେଖୁଛନ୍ତି ସେମାନଙ୍କର ଏକୁଟିଆପଣକୁ ମଧ୍ୟ ବହୁ ଭଲ ଭାବରେ ହୃଦୟଙ୍ଗମ କରି ପାରୁଛନ୍ତି । ଏହାସହ ତାଙ୍କ ପିତା ମାତାଙ୍କୁ କିପରି ସେମାନେ ଆଉ କାହା ସହିତ ବିବାହ କରେଇ ତାଙ୍କୁ ଖୁସିରେ ବଞ୍ଚିବାକୁ ସାହାର୍ଯ୍ୟ କରୁଛନ୍ତି ।

ତେବେ ଏହି ଭଳି ଏକ ଘଟଣା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତାମିଲନାଡୁର କଲାକୁରିଚିସ୍ଥିତ ପ୍ରଙ୍ଗମ୍ପଟ୍ଟୁ ପଞ୍ଚାୟତର ଜଣେ ବାସିନ୍ଦା ତାଙ୍କ ମାଆଙ୍କୁ ଅନ୍ୟତ୍ର ବିବାହ କରେଇଛନ୍ତି । ଭାସ୍କର ଏବଂ ତାଙ୍କ ମା ସେଲଭିଙ୍କ ବିବାହ କରେଇଛନ୍ତି ।

ସେଲଭି କହିଛନ୍ତି ଯେତେବେଳେ ମୁଁ ମୋ ପୁଅ କୁ କହିଲେ ତୁମର ବିବାହ ବୟସ ହେଇ ଗଲାଣି ସେତେବେଳେ ମୋ ପୁଅ ମୋତେ ପୁନର୍ବାର ବିବାହ କରେଇବାକୁ ଚାହୁଁଥିବା କହିଥିଲେ। ଏହାମୋ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ସେହି ସମୟରେ ମୁଁ ଗର୍ବ ଅନୁଭବ କରୁଥିଲି ଯେ ଏହି ସମାଜରେ ଅନ୍ୟ କେହି ମୋ ପୁଅଙ୍କ ଭଳି ଚିନ୍ତା କରୁନାହାଁନ୍ତି।ଏଠାରେ ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କୁ ହରାଇଛନ୍ତି । ନିଜ ପିଲାମାନଙ୍କୁ ଏକାକୀ ପାଳୁଛନ୍ତି।

ସୂଚନାମୁତାବକ ଭାସ୍କର ଏବଂ ତାଙ୍କ ସାନଭାଇ ବିବେକ ଦୁହେଁ ଛୋଟ ଥିବାବେଳେ ପିତାଙ୍କୁ ହରାଇଥିଲେ। ୨୦୦୯ ରେ ଯେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା, ଭାସ୍କର ପ୍ରଥମ ବର୍ଷରେ ଇଞ୍ଜିନିୟରିଂ ଅଧ୍ୟୟନ କରୁଥିବାବେଳେ ତାଙ୍କ ସାନଭାଇ ବିବେକ ଏକାଦଶ ଶ୍ରେଣୀରେ ପଢୁଥିଲେ। ଭାସ୍କର କହିଛନ୍ତି, “ସେତେବେଳେ ଆମେ ମାତାର ଦ୍ୱିତୀୟ ବିବାହ ବିଷୟରେ ଚିନ୍ତା କରି ନ ଥିଲୁ। ମୁଁ ଅନେକ ମହିଳାଙ୍କୁ ସ୍ୱାମୀଙ୍କ ମୃତ୍ୟୁ ପରେ ଏକାକୀ ସନ୍ତାନକୁ ବଢାଇଥିବାର ଦେଖିଥିଲି। ତେଣୁ ଏହା ହିଁ ଚିନ୍ତା ଥିଲା।” ଯେ ସେମାନେ ଆଉ ଦ୍ଵିତୀୟ ବିବାହ କରନ୍ତି ନାହିଁ ବୋଲି।

“କିନ୍ତୁ ଯେତେବେଳେ ମୁଁ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷରେ ପଢୁଥିଲି, ସେତେବେଳେ ମୁଁ ମୋର ଜଣେ ଶିକ୍ଷକଙ୍କୁ ଭେଟିବାକୁ ଯାଇଥିଲି। ତା’ପରେ ସେ କହିଥିଲେ ଯେ ତୁମ ମା ଏତେ ଦିନ ଧରି ଏକୁଟିଆ ରହୁଛନ୍ତି, ତୁମେ ଆଉ ବିବାହ କରିପାରିବ ନାହିଁ କାହିଁକି? ଏହି ଧାରଣା ପାଇବା ପରେ ସେ ତାଙ୍କ ସାନଭାଇଙ୍କ ସହ କଥା ହୋଇଥିଲେ। ସାନ ଭାଇଙ୍କର ଏଥିରେ କୌଣସି ଆପତ୍ତି ନଥିଲା।

ତା’ପରେ ଉଭୟ ଭାଇ ଏକାଠି ହୋଇ ମା’ଙ୍କୁ ମନାଇବା କାମ ଆରମ୍ଭ କଲେ । ଏହା ପରେ ଆମେ ଆହୁରି କଥାବାର୍ତ୍ତା କରିବା ଆରମ୍ଭ କଲୁ। ଦିନେ ମୋ ମା ମୋତେ ବିବାହ ବିଷୟରେ କଥାବାର୍ତ୍ତା କରିବାକୁ ଲାଗିଲେ ଯେ ତୁମର ବିବାହ ବୟସ ହେଇଗଲାଣି ତା’ପରେ ମୁଁ କହିଲି ଯେ ତୁମେ ବିବାହ କର। ତୁମେ ଏମିତି ଏକୁଟିଆ କେତେ ଦିନ ରହିବ ।

ଏହା ପରେ ମୁଁ ପ୍ରାୟତ ସବୁବେଳେ ମୋ ମାଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲି। ମୁଁ ତାଙ୍କୁ କହିଥିଲି ଯେ ତୁମେ ଦୀର୍ଘ ଦିନ ଧରି ଏକୁଟିଆ ସଂଘର୍ଷ କରୁଛ, ତୁମେ ବିବାହ କରିବା ଉଚିତ, ତା’ହେଲେ ମୁଁ ବାହା ହେବି।ବହୁ ବୁଝେଇବା ପରେ ତାଙ୍କ ମା’ଙ୍କ ସମ୍ମତି ମିଳିଲା । ଏହାପରେ ଉଭୟ ଭାଇ ମିଶି ତାଙ୍କ ମାଆଙ୍କ ପାଇଁ ଉପଯୁକ୍ତ ବର ଖୋଜିଲେ। ଆଉ ତାଙ୍କର ବିବାହ କରେଇଲେ ।

Get real time updates directly on you device, subscribe now.