fbpx

ଡ୍ରାଇଭିଙ୍ଗ ବେଳେ ମୋବାଇଲରେ ସିନେମା ଦେଖୁଛନ୍ତି ମୋ ବସ ଚାଳକ: ବିପଦରେ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ “ମୋ ବସ’ ସେବା ଯୋଜନା ଲାଗୁ ହୋଇଛି । ଯାତ୍ରୀମାନଙ୍କୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ‘ମୋ ବସ’ ବର୍ତ୍ତମାନ ସବୁଠୁ ଅସୁରକ୍ଷିତ ପାଲଟିଛି । କେବେ ଚୋରି ତ କେବେ ଅନ୍ୟ ବିବାଦରେ ଫସୁଛି ମୋ ବସ ସେବା । ବର୍ତ୍ତମାନ ଏହି ଗାଡିର ଜଣେ ଡ୍ରାଇଭରଙ୍କୁ ନେଇ ଆସିଛି ଏକ ଭୟଙ୍କର ଅଭିଯୋଗ । ଗାଡି ଚଳାଇବା ବେଳେ ବାବୁ ମୋବାଇଲରେ ସିନେମା ଦେଖୁଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପୁଣେରୁ ଜଣେ ମୋ ବସ(ପିଏମପି) ଡ୍ରାଇଭରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିଲା । ଯାହା ଚାହୁଁ ଚାହୁଁ ସବୁଆଡେ ବ୍ୟାପି ଯାଇଛି । ଏହି ଭିଡିଓରେ ଦେଖାଯାଇଛି ଯେ, ଜଣେ ଗାଡିଚାଳକ ଗାଡି ଚଳାଉଥିବା ସମୟରେ ଷ୍ଟେରିଙ୍ଗ ପାଖରେ ମୋବାଇଲ ରଖି ସେଥିରେ ସିନେମା ଦେଖୁଛନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗାଡିଚାଳନା ସମୟରେ ଏପରି ଅମାନୁଷିକ କାର୍ଯ୍ୟ ପରେ ଏହାକୁ ନେଇ ଅନେକ ଆଙ୍ଗୁଳି ଉଠିଛି । ଗାଡି ଚଳାଇବା ବେଳେ ମୋବାଇଲରେ ସିନେମା ଦେଖିବା ଦ୍ୱାରା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ସେ କେତେ ଯତ୍ନବାନ ତାହା ସ୍ପଷ୍ଟ ବାରି ହୋଇ ପଡୁଛି ।

ତେଣୁ ଏମିତି ଏକ ଭୁଲ ପାଇଁ ସମ୍ପୃକ୍ତ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବା ସହ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ଅନେକ ୟୁଜର ଏଥିରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହାପରେ ପୋଲିସ ମଧ୍ୟ ଏ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Get real time updates directly on you device, subscribe now.