fbpx

ଅଜବ ପ୍ରେମ! ଗଛ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଛନ୍ତି ମହିଳା, ଏମିତି ହୁଏ ରୋମାନ୍ସ

ନୂଆଦିଲ୍ଲୀ: ପ୍ରେମରେ ପଡିଲେ ଲୋକମାନେ କ’ଣ ଠିକ୍ ଓ କ’ଣ ଭୁଲ୍, ତାହାର ବାଛବିଚାର କରନ୍ତି ନାହିଁ । ପ୍ରେମର ଅନୁଭବକୁ ଯେତେ ଲୁଚାଇଲେ ବି ଲୁଚାଇ ହୁଏନାହିଁ । ପ୍ରେମ କେତେବେଳେ ବି କାହା ସହ ହୋଇପାରେ ଓ ଏହି ଫିଲିଙ୍ଗସରେ ଦୁନିଆ ବି ସୁନ୍ଦର ଲାଗିଥାଏ । ଏପରି ଏକ ଲିମିଟଲେସ୍ ପ୍ରେମରେ ପଡିଛନ୍ତି ଆମେରିକାରେ ରହୁଥିବା ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ । ୨୦୦୪ରେ ସେମାନେ ଅନୁଭବ କଲେ ଯେ, ସେମାନଙ୍କୁ ଗଛକୁ ଭଲ ପାଆନ୍ତି ଓ ଏହି ପ୍ରେମ ଅନ୍ୟମାନଙ୍କ ଠାରୁ ଟିକେ ଅଲଗା । ଫଳରେ ସେ ଦୁହେଁ ୨୦୦୮ ମସିହାରେ ଗଛ ସହିତ ବିବାହ କରିଥିଲେ । ଏବେ ସେ ଦୁହେଁ ନିଜ ରିଲେସନସିପ ବିଷୟରେ ଲୋକଙ୍କ ସାମ୍ନାରେ ଖୁଲାସା କରିଛନ୍ତି ।

ତେବେ ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସ ପୃଥିବୀକୁ ଅଧିକ ପସନ୍ଦ କରନ୍ତି । ଏହି ପ୍ରେମ ଯୋଗୁଁ ଦୁହେଁ ଗଛ ସହିତ ବିବାହ ରଚିଛନ୍ତି । ଦୁହେଁ ନିଜକୁ ଇକୋସେକ୍ସୁଆଲ ଘୋଷିତ ମଧ୍ୟ କରିଛନ୍ତି । ୨୦୦୮ ମସିହାରେ ପାଖାପାଖି ୩୦୦ ଲୋକଙ୍କ ସାମ୍ନାରେ ସେ ଗଛକୁ ବାହାହୋଇଥିଲେ । ବିବାହ ସମାରୋହ କାଲିଫୋର୍ନିଆ ଓ ସାନ୍ତା କ୍ରୃଜରେ ହୋଇଥିଲା । ଅନେକ ଲୋକ ଏହି ବିବାହର ଫଟୋ ଦେଖିଥିଲେ । ପ୍ରଥମେ କେତେ ଲୋକ ଏହାକୁ ବିଶ୍ୱାସ କରୁନଥିଲେ । କିନ୍ତୁ ପରେ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ପରେ ଲୋକେ ସେମାନଙ୍କୁ ପ୍ରଶଂସା କରିଥିଲେ ।

ଏନି ସ୍ପ୍ରିଙ୍କଲ ଓ ବେଥ ଷ୍ଟିଫନ୍ସଙ୍କ କହିବା ମୁତାବକ, ପୃଥିବୀ ଆମର ପ୍ରେମିକ । ଆମେ ତା ପାଇଁ ପାଗଳ । ଆମ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସେମାନେ ଗଛକୁ ବିବାହ କରିଛନ୍ତି । ଆନି ସ୍ପ୍ରିଙ୍କଲ୍ ଏବଂ ବେଥ୍ ଷ୍ଟିଫେନ୍ସ ୨୦୦୩ ରେ ରୁଟଗର୍ସ ବିଶ୍ୱବିଦ୍ୟାଳୟରେ ସାକ୍ଷାତ ହୋଇଥିଲେ । ଏହା ପରେ ଦୁହେଁ ପୃଥିବୀ ପ୍ରତି ସେମାନଙ୍କ ଭଲପାଇବା ବିଷୟରେ କଥା ହୋଇଥିଲେ । ଉଭୟ ଅନୁଭବ କଲେ ଯେ ସେମାନେ ମଣିଷ ଅପେକ୍ଷା ଗଛ ପ୍ରତି ଆକର୍ଷିତ ହେଉଛନ୍ତି । ସେବେେ ସେମାନେ ହୃଦୟଙ୍ଗମ କଲେ ଯେ ସେମାନଙ୍କୁ ପୁଅଙ୍କ ସହ ନୁହେଁ ବରଂ ଗଛକୁ ବିବାହ କରିବା ଉଚିତ୍ ।

ତେବେ ଏନି ସ୍ପ୍ରିଙ୍କଲ୍ ଏବଂ ବେଥ୍ ଷ୍ଟିଫନ୍ସ ଗଛକୁ ଭଲ ପାଆନ୍ତି । ପୃଥିବୀ ସହ ରୋମାନ୍ସ କରି ଦୁହେଁ ମାଟି ସହ ନିଜ ପ୍ରେମ ପ୍ରକାଶ କରନ୍ତି । ସେମାନେ ପଥରକୁ ଆଲିଙ୍ଗନ କରିବା ସହ ଜଳପ୍ରପାତକୁ ଭଲ ପାଆନ୍ତି । ସେମାନେ ଗଛକୁ ଆଲିଙ୍ଗନ କରି ଚଟାଣରେ ପାଦ ଘଷିଥାନ୍ତି । ଏହା ସହ ଦୁହେଁ ଗଛ ସହ ଅନେକ ରୋମିଣ୍ଟିକ କଥା ସେୟାର କରନ୍ତି । ଉଭୟ ମହିଳା ସମଲିଙ୍ଗୀ ହୋଇଥିବା ବେଳେ ଏଲଜିବିଟି କମ୍ୟୁନିଟି ପାଇଁ କାମ କରନ୍ତି ।

Get real time updates directly on you device, subscribe now.