ଉଠିଯାଇପାରେ ଫାଶୀଦଣ୍ଡ, ବିକଳ୍ପ ଉପରେ ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଆଇନ ଅନୁଯାୟୀ, ଅଭିଯୁକ୍ତକାରୀଙ୍କ ଅପରାଧ ପରିମାଣ ଅଧିକ ହୋଇଥିଲେ ତାଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଉଛି । ତେବେ ଫାଶୀଦଣ୍ଡକୁ ନେଇ ସୁପ୍ରିମକୋର୍ଟ ଖୁବଶୀଘ୍ର ବିଚାର କରିବାକୁ ଯାଉଥିବାର କଥା ସାମ୍ନାକୁ ଆସିଛି । ଏହି ମାମଲାରେ ଏକ ବିଶେଷଜ୍ଞ କମିଟି ପ୍ରସ୍ତୁତ କରାଯିବ ବୋଲି ସୁପ୍ରିମକୋର୍ଟ ସଂକେତ ଦେଇଛନ୍ତି । ସୁପ୍ରିମ କୋର୍ଟ ପଚାରିଛନ୍ତି, ଫାଶୀଦେଲେ କେତେ କଷ୍ଟ ହୁଏ ଏବଂ ଅଧୁନିକ ବିଜ୍ଞାନ ଓ ନୂତନ ଯାନ୍ତ୍ରିକ ଫାଶୀର ଦଣ୍ଡ ଉପରେ କଣ ବିଚାର ରହିଛି । ଦେଶ ଏବଂ ବିଦେଶରେ ମୃତ୍ୟୁ ଦଣ୍ଡର ବିକଳ୍ପ ପାଇଁ କୌଣସି ଚିତ୍ର ଅଛି କି ନାହିଁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ମଇ ୨ତାରିଖରେ କରିବେ । ଶୁଣାଣି ଦ୍ୱାରା ମୂଖ୍ୟ ବିଚାରପତି ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ନିବେଦନକର୍ତ୍ତା ଏବଂ ଏଜି ଆର ୱେକେଣ୍ଟର ମଣୀଙ୍କୁ କହିଛନ୍ତି ଯେ, ଏହା ଚିନ୍ତନର ବିଶେଷ୍ୟ ଅଟେ । ଏନେଇ ଆମକୁ ଆମ ହାତରେ କିଛି ବୈଜ୍ଞାନିକ ପ୍ରମାଣ ରଖିବା ଆବଶ୍ୟକ । ଆମକୁ ବିଭିନ୍ନ ଦଣ୍ଡର ପିଡା ଓ କଷ୍ଟକୁ ଜାଣିବାକୁ ହେବ ।

ଜନହିତକାରୀ ପିଟିସନରେ ଫାଶୀ ବଦଳରେ ଗୁଳିମାରିବା, ଇଞ୍ଜେକସନ ବା କରେଣ୍ଟ ଲଗାଇବା ପରି ଦଣ୍ଡ ପାଇଁ ପରାମର୍ଶ ଦିଆଯାଇଛି । ପିଟିସନର ଓକିଲ କହିଛନ୍ତି ଯେ, ୨୦୧୭ ମସିହା ଅକ୍ଟୋବରରେ ଏକ ବିସ୍ୃତ ଅଦେଶ ଦିଆଯାଇଛି । ଅପରାଧ କରି ମୃତ୍ୟୁ ବରଣ କରିବା ଏକ ମୌଳିକ ଅଧିକାର ଅଟେ । ଯଦି କୌଣସି ବୂକ୍ତିଙ୍କୁ ଫାଶୀ ଦିଆଯାଉଛି ତେବେ ସେହି ମୃତ୍ୟୁ ପଛରେ ଏକ ଅପରାଧ କାରଣ ରହିବା ନିହାତି ଆବଶ୍ୟକ । ଜଣେ ବ୍ୟକ୍ତିର ଜୀବନ ଶେଷ ହେଉଛି, ତେଣୁ ସେମାନଙ୍କୁ ଫାଶୀର କଷ୍ଟ ସହିବାକୁ ନ ପଡୁ ।

ଆଦେଶର ଆଗକୁ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିକୁ ଫାଶୀ ପାଇଁ ପଠାଯାଉଛି । ତେବେ ସେ କେଉଁ ପ୍ରକ୍ରିୟାରେ ଗତି କରୁଛି ତାହା ଅନୁଭବ କରିବା ଅବଶ୍ୟକ । ତାର ଶରୀରକୁ ସେହି ଫାଶୀଖୁଣ୍ଟରେ ୩୦ ମିନିଟ ସେପର୍ଯ୍ୟନ୍ତ ଝୁଲା ଯାଉଛି, ଯେଉଁ ପର୍ଯ୍ୟନ୍ତ ଡାକ୍ତର କହି ନାହାନ୍ତି ଯେ, ସେ ମୃତ୍ୟୁ କରିଛି କି ନାହିଁ । ଏହା ଏକ ହିଂସା ଏବଂ କ୍ରୁରତା ଅଟେ । ଅନ୍ୟାନ୍ୟ ଦେଶରେ ଧିରେଧିରେ ଫାଶୀଦଣ୍ଡ ଦିଆଯିବା ବନ୍ଦ ହୋଇଗଲାଣି । ଫାଶୀ ଯାଗାରେ କିଛି ମାନବୀୟ ଏବଂ କଷ୍ଟମୁକ୍ତି ମୃତ୍ୟୁ ଦେବା ଦରକାର ।