fbpx

ମଦ ନିଶାରେ ଝୁମୁଛି ମାଙ୍କଡ: ହାତରୁ ବୋତଲ ଛଡାଇ ନେଇ ପିଉଛି ଦାରୁ

ଲକ୍ଷ୍ନୌ: ସୋସିଆଲ ମିଡିଆରେ ପ୍ରତିଦିନ ପଶୁପକ୍ଷୀଙ୍କର କିଛି ମଜାଦାର ଭିଡିଓ ଅପଲୋଡ ହେଉଥାଏ । ତେବେ ଏହା ଭିତରେ ଏକ ମାଙ୍କଡର ଗୋଟିଏ ଭିଡିଓ ଏବେ ଭାଇରାଲ ହେଉଛି । କିନ୍ତୁ ଏହି ମାଙ୍କଡର କାରନାମା ଖୁବ ଅଲଗା । ଏହି ମାଙ୍କଡର ସବୁଠୁ ବଡ ନିଶା ହେଉଛି ମଦ । ମଦ ପାଇଁ ପାଗଳ ହୋଇଯାଉଛି ଏହି ମାଙ୍କଡ । ଆଉ ଥରେ ମଦ ପିଇଲା ପରେ ଯାହା ହେଉଥିବ ଆପଣ ଅନୁମାନ କରି ପାରୁଥିବେ । ତେବେ ଆସନ୍ତୁ ଜାଣିବାକୁ ଏହି ମଦୁଆ ମାଙ୍କଡର ଅଜବ କାରନାମା ।

ଏହି ଭିଡିଓ ହେଉଛି ଉତ୍ତରପ୍ରଦେଶର ବାନ୍ଦା ଅଞ୍ଚଳର । ମଦୁଆ ମାଙ୍କଡର ଏହି ଭିଡିଓ ଏବେ ସୋସିଆଲ ଇଣ୍ଟରନେଟରେ ଘୁରି ବୁଲୁଛି । ଏହି ମାଙ୍କଡଟି ଲୋକମାନଙ୍କ ହାତରୁ ମଦ ବୋତଲ ଛଡାଇ ନେଇ ପିଇ ଯାଉଥିବା ଅଭିଯୋଗ ହୋଇଛି । ତେବେ ମଦ ପିଇବା ପରେ ଆରମ୍ଭ କରିଦିଏ ନିଜର ଉତ୍ପାତ । ଏହାସହିତ ମାଙ୍କଡ ଲୋକମାନଙ୍କ ଘରେ ପଶି ଘର ଭିତରେ ଥିବା ଜିନିଷପତ୍ର ମଧ୍ୟ ନେଇଯାଉଥିବା ଜାଣିବାକୁ ମିଳିଛି । କେହି ନିଜ ଜିନିଷ ପାଇବା ପାଇଁ ମାଙ୍କଡକୁ ଗୋଡାଇଲେ ସେ ଲୋକମାନଙ୍କୁ କାମୁଡି ଦେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ମାଙ୍କଡର ଏହି ମଦୁଆ କାରନାମାରେ ମଟୌନ୍ଧ ଥାନା ଅଞ୍ଚଳର ଲୋକେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁସାରେ, ଗତକାଲି ଏହି ମାଙ୍କଡଟି ଜଣେ ବ୍ୟକ୍ତିଙ୍କ ମଦ ବୋତଲ ଛଡାଇ ନେବା ବେଳେ ଉପସ୍ଥିତ ଲୋକେ ଏହାର ଭିଡିଓ ରେକର୍ଡ କରି ନେଇଥିଲେ । ଭିଡିଓରେ ଦେଖାଯାଇଛି ଯେ, ମାଙ୍କଡଟି ବୋତଲର ଠିପି ଖୋଲି ମଦକୁ ଢକ-ଢକ କରି ପିଇ ଯାଉଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟେ କରୁଥିବାର ଦେଖିବାକୁ ମିଳିଛି ।

ତେବେ ମାଙ୍କଡର ଉତ୍ପାତରେ ଅତିଷ୍ଠ ହୋଇ ସ୍ଥାନୀୟ ଲୋକେ ବନ ବିଭାଗରେ ମଧ୍ୟ ସୂଚନା ଦେବା ସହ ଏହାକୁ ଦରିବା ପାଇଁ ଦାବି କରିଛନ୍ତି । ତେବେ ଡିଏଫଓ ସଞ୍ଜୟ ଅଗ୍ରୱାଲ ଏକ ଟିମ ଗଠନ କରି ମାଙ୍କଡକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଖୁବଶୀଘ୍ର ମାଙ୍କଡଟିକୁ ଧରି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବନ ବିଭାଗ ।

Get real time updates directly on you device, subscribe now.