fbpx

BJPର ଘୋଷଣା: ରାଜନୀତିରେ ଏଣ୍ଟ୍ରି ମାରିଲେ ସୁଷମା ସ୍ୱରାଜଙ୍କ ଝିଅ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ପରିବାରବାଦ ଏକ ନୂଆ କଥା ନୁହେଁ । ଦେଶର ବହୁ ବରିଷ୍ଠ ରାଜନେତାଙ୍କ ପୁତ୍ର, କନ୍ୟା, ପତ୍ନୀ ରାଜନୀତିରେ ପାଦ ଦେଇ ସଫଳତା ଅର୍ଜନ କରିଛନ୍ତି । ତେବେ ଏହା ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସ୍ୱର୍ଗତ ସୁଷମା ସ୍ୱରାଜଙ୍କୁ ନେଇ ଆସିଛି ଏକ ବଡ଼ ଖବର । ସୁଷମାଙ୍କ ଝିଅ ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ଏଥିସହିତ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି ବାଂସୁରୀ । ବାଂସୁରୀ ବର୍ତ୍ତମାନ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ।

ସୂଚନା ମୁତାବକ, ସୁଷମାଙ୍କ କନ୍ୟା ବାଂସୁରୀଙ୍କୁ ବିଜେପି ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ବାଂସୁରୀଙ୍କୁ ଦିଲ୍ଲୀ ବିଜେପିର ଲେଗାଲ ସେଲର ସହସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି । ବୀରେନ୍ଦ୍ର ସଚଦେବ ଦିଲ୍ଲୀ ବିଜେପିର ପୂର୍ଣ୍ଣକାଳୀନ ପ୍ରଦେଶ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବାଂସୁରୀଙ୍କୁ ଲେଗାଲ ସେଲର ସହସଂଯୋଜକ ଦାୟିତ୍ୱ ଦିଆଯାଇଛି ।

ତେବେ ନିକଟରେ ଓଡ଼ିଶା, ରାଜସ୍ଥାନ, ବିହାର ଓ ଦିଲ୍ଲୀ ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଥିଲା । ନୂଆ ଦାୟିତ୍ୱ ନେବା ପରେ ବୀରେନ୍ଦ୍ର ରାଜ୍ୟରେ ନୂଆ ନିଯୁକ୍ତି ଦେଇଛନ୍ତି । ବାଂସୁରୀଙ୍କ ନିଯୁକ୍ତି ତକ୍ରାଳ ଭିତ୍ତିରେ ଲାଗୁ ହେବ । ବାଂସୁରୀଙ୍କ ନିଯୁକ୍ତି ଦଳକୁ ଆହୁରି ମଜବୁତ କରିବ ବୋଲି ଏକ ନୋଟିସ ଜାରି କରି ସଚଦେବ କହିଛନ୍ତି । ଅନ୍ୟପକ୍ଷରେ ବାଂସୁରୀ କହିଛନ୍ତି, ସେ ପୂର୍ବରୁ ଦଳର ଆଇନ ମାମଲାରେ ସହାୟତା କରୁଥିଲେ । ଏବେ ତାଙ୍କୁ ଔପଚାରିକ ଭାବେ ଦିଲ୍ଲୀ ବିଜେପିର ଲେଗାଲ ବିଭାଗର ସହସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.