fbpx

ଏ କ’ଣ ଚଳନ୍ତା ଗାଡିରୁ ଡେଇଁ ପଡିଲେ ମହିଳା ! ଏପରି କାହିଁକି କଲେ…କାରଣ ଜାଣି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

AAKASH

ନୂଆଦିଲ୍ଲୀ : ଗାଡି ଚାଲୁଥିଲା । କେହି କିଛି ବୁଝିବା ଆଗରୁ ଦୁଇ ଜଣ ମହିଳା ହଠାତ୍ ଗାଡିରୁ ଡେଇଁ ପଡିଲେ । ତେବେ କାହିଁକି ସେ ଏପରି କଲେ, ତାହାର କାରଣ ପରେ ଜଣାପଡିଲା । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଚୀନର ବେଜିଂରେ । ସ୍ଥାନୀୟ ଅଞ୍ଚଳର ଏହି ଘଟଣା ଘଟିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହି ଘଟଣାଟି ମାର୍ଚ୍ଚ ୨୨ର ବୋଲି ଜଣାପଡିଛି । ଦୁଇ ଜଣ ମହିଳା କାରରେ କୌଣସି ସ୍ଥାନକୁ ଯାଉଥିଲେ । ହଠାତ୍ କାର ମଧ୍ୟରେ ସେମାନେ ପେଟ୍ରୋଲ ଗନ୍ଧ ବାରିପାରିଲେ । କାରରୁ ପେଟ୍ରୋଲ ଲିକ୍ ହେଉଛି ଏବଂ ଅଳ୍ପ ସମୟ ପରେ କାରଟି ବିସ୍ଫୋରଣ କରିବ ବୋଲି ସେମାନେ ଅନୁମାନ କଲେ । ତା ପରେ ଉଭୟ କାରରୁ ଡିଆଁ ମାରିଥିଲେ ।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଏହି ଘଟଣା ପରେ ଉଭୟ ମହିଳାଙ୍କ ଭିଡିଓ ଚାଇନାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ କଳା କାରର ଗତି ହଠାତ୍ କମିଗଲା। ତା’ପରେ ହଠାତ୍ କାରର ଉଭୟ ପାର୍ଶ୍ୱର ଡୋର ଖୋଲିଥିଲା, ଏହା ପରେ ମହିଳାମାନେ ପୁଣି କାରରୁ ଡେଇଁପଡିଥିଲେ। ତା’ପରେ ସେ କାରଠାରୁ ଦୂରରେ ଛିଡା ହୋଇଥିଲେ ।

ବାସ୍ତବରେ ମହିଳାମାନେ ବୈଦ୍ୟୁତିକ କାର ଚଳାଉଥିଲେ । ହେଲେ ସେମାନେ ବୁଝିପାରିଲେ ନାହିଁ ଯେ, ପେଟ୍ରୋଲ ଗନ୍ଧ କେଉଁଠୁ ଆସୁଛି । କିଛି ବୁଝିବା ଆଗରୁ ସେମାନେ କାରରୁ ଡେଇଁବାକୁ ସ୍ଥିର କଲେ। ଏହା ପରେ ଯେତେବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ସେତେବେଳେ ଏହା ଭାଇରାଲ ହୋଇଥିଲା।

Get real time updates directly on you device, subscribe now.