fbpx

ଡ୍ରାଇଭିଂ କରି ପୁଣି ବିବାଦରେ ରାହୁଲ ଗାନ୍ଧୀ: ଚାଲାଣ ପଠାଇବାକୁ ପୋଲିସ ନିକଟରେ ଦାବି କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ଯିବା ପରେ ରାହୁଲ ଗାନ୍ଧୀଙ୍କୁ ରହୁଥିବା ବଙ୍ଗଳା ଛାଡିବାକୁ ନୋଟିସ ଦିଆଯାଇଛି। ଏସବୁ ବିବାଦ ମଧ୍ୟରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରାଫିକ ବିବାଦରେ ପଡ଼ିପାରନ୍ତି। ଭାରତୀୟ ଜନତା ପାର୍ଟି ତାଙ୍କ କାର ଚଳାଉଥିବାର ଏକ ଫଟୋ ସେୟାର କରିଛନ୍ତି। ସେହି ଗାଡିର ସାର୍ଟିଫିକେଟ୍ ମିଆଦ ପୂର୍ଣ୍ଣ ହୋଇଛି ବୋଲି ଦାବି କରାଯାଉଛି। ଏଥିସହ ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ଚାଲାଣ ପଠାଇବାକୁ ମଧ୍ୟ ଦାବି କରାଯାଇଛି।

ବିଜେପି ନେତା ତେଜିନ୍ଦର ପାଲ ସିଂ ବାଗା ଟ୍ୱିଟରରେ ରାହୁଲଙ୍କ ଫଟୋ ସେୟାର କରିଛନ୍ତି। ସେ ଫଟୋ ମାଧ୍ୟମରେ ଦାବି କରିଛନ୍ତି, ‘ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ DL9CQ5112 କାର ଚଳାଉଛନ୍ତି। ଏହି କାରର ପ୍ରଦୂଷଣ ପ୍ରମାଣପତ୍ର୨୭ ଜାନୁୟାରୀ ୨୦୨୩ ରେ ସମାପ୍ତ ହୋଇଛି। ତେଣୁକରି ଦିଲ୍ଲୀ ପୋଲିସ ଏହି ମାମଲାରେ ରାହୁଲଙ୍କୁ ଚାଲାଣ ପଠାଉ ବୋଲି ସେ କହିଥିଲେ। ‘ ସେ ଗାଡିର ସବିଶେଷ ତଥ୍ୟ ସହିତ ଫଟୋ ସେୟାର କରିଛନ୍ତି।

ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ବାଗା ସେୟାର କରିଥିବା ଫଟୋରେ ନଜର ଆସିଛନ୍ତି। ଏହି ଫଟୋ ସୋମବାର ବୋଲି କୁହାଯାଉଛି। ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ଦଳର ସାଂସଦମାନଙ୍କ ସହ ଦିନର ମିଟିଂ କରିଥିଲେ। ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପାଦ ଯେପରି ଭାବେ ଛଡାଇ ନିଆଗଲା ତାକୁ ବିରୋଧୀ ଦଳ ବିରୋଧ କରୁଛନ୍ତି।

ଲୋକସଭା ସଦସ୍ୟତା ହରାଇବା ପରେ ରାହୁଲଙ୍କୁ ବଙ୍ଗଳା ଖାଲି କରିବାକୁ ପଡିବ। ସୋମବାର, ଟୁଗଲକ୍ ଲେନ୍ ୧୨ ରେ ଅବସ୍ଥିତ ବଙ୍ଗଳା ସମ୍ପର୍କରେ ସଚିବ ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତାଙ୍କୁ ଏକ ମାସର ସମୟ ଦିଆଯାଇଛି। ତେବେ କୁହାଯାଉଛି ଯେ ରାହୁଲ ଗୃହ କମିଟି ସହିତ ଏହି ପ୍ରସଙ୍ଗରେ ଆଲୋଚନା କରି ଘର ଖାଲି କରିବା ପାଇଁ ଅଧିକ ସମୟ ମାଗି ପାରନ୍ତି।

Get real time updates directly on you device, subscribe now.