fbpx

ଖୁସି ଖବର! ମଧ୍ୟବିତ୍ତ ପରିବାର ପାଇଁ ବଡ ଉପହାର: ମୋଦି ସରକାର କରୁଛନ୍ତି ବଡ ପ୍ଲାନିଙ୍ଗ

ନୂଆଦିଲ୍ଲୀ: ଗରିବ ଏବଂ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ରାଶନ କାର୍ଡ, ପିଏମ କିସାନ ଯୋଜନା ଏବଂ ଆୟୁଷ୍ମାନ ଭାରତ ଇତ୍ୟାଦି ଯୋଜନା ଅଧୀନରେ ଦେଶବାସୀଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ କରାଯାଇଛି । ତେବେ ବର୍ତ୍ତମାନ ଦେଶର ମଧ୍ୟମ ବର୍ଗର ପରିବାରଙ୍କ ପାଇଁ ନୂଆ ଉପହାର ଆଣୁଛନ୍ତି ମୋଦି ସରକାର । ଏହି ଯୋଜନା ଅଧୀନରେ ୪୦ କୋଟି ଲୋକ ଆଶ୍ୱସ୍ତି ପାଇପାରିବେ ।

ରିପୋର୍ଟ ଅନୁସାରେ, ଆୟୁଷ୍ମାନ ଭାରତ ଯୋଜନା ପରେ ‘ଆୟୁଷ୍ମାନ ଯୋଜନା ୨.୦’ ଲାଗୁ କରିବା ପାଇଁ ହେବାକୁ ଥିବା ଖର୍ଚ୍ଚ ଏବଂ ଚାଲେଞ୍ଜକୁ ଦୃଷ୍ଟିରେ ରଖି ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଛି । ତେବେ ନିୟମ ଲାଗୁ କରାଯାଏ, ତେବେ ସରକାରଙ୍କ ତରଫରୁ ଆୟକରରେ ରିହାତି ଦିଆଯିବା ପରେ ଏହା ସରକାରଙ୍କର ଦ୍ୱିତୀୟ ବଡ ଉପହାର ହେବ । ଏହାଦ୍ୱାରା ସବୁଠୁ ବେଶୀ ଫାଇଦା ହାସଲ କରିବେ ବେତନ ପ୍ରାପ୍ତ କରଦାତା । ଆୟୁଷ୍ମାନ ଯୋଜନା ଭାରତ ୨.୦ ଯୋଜନାରେ ୫ ଲକ୍ଷ ଟଙ୍କାର କଭର ଦେବା ପାଇଁ ଆଲୋଚନା କରାଯାଉଛି । ଏହାକୁ ବ୍ୟକ୍ତିଗତ ଟପ୍-ଅପ୍ ଆଧାରରେ ଆଣିବାର ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ମଧ୍ୟବିତ୍ତ ପରିବାରକୁ ସୁଲଭ ମୂଲ୍ୟରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ମଧ୍ୟ ଏହି ଯୋଜନାର ଦ୍ୱିତୀୟ ବିକଳ୍ପ ହୋଇପାରେ । ୨୦୧୮ ବେଜେଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଭାରତ ଯୋଜନାର ଘୋଷଣା କରାଯାଇଥିଲା । ଏଥିରେ ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି । ତେବେ ଗରିବ ଶ୍ରେଣୀ ତଳେ ଜୀବନଯାପନ କରୁଥିବା ଲୋକମାନଙ୍କୁ ଏହି ଯୋଜନାର ଫାଇଦା ମିଳିପାରୁଛି ।

Get real time updates directly on you device, subscribe now.