fbpx

ବାଜିଲା ଉପନିର୍ବାଚନ ବିଗୁଲ: ଝାରସୁଗୁଡା ହାତେଇବା ପାଇଁ ଏବେ ତିନି ଦଳ କରିବେ କସରତ

ଭୁବନେଶ୍ୱର: ମେ ୧୩ରେ ହେବ ଝାରସୁଗୁଡା ଉପନିର୍ବାଚନ । ଆଜି ଉପନିର୍ବାଚନ ପାଇଁ ବିଗୁଲ ବାଜିଛି । ତେବେ ମନ୍ତ୍ରୀ ନବ ଦାଶଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଥିଲା । ତେବେ ଏହା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି ।

ସୂଚନାମୁତାବକ ମେ ୧୦ ତାରିଖରେ ଭୋଟ ହେବ । ଏନେଇ ଏପ୍ରିଲ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ ହେବ ଏବଂ ଏପ୍ରିଲ ୨୪ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ ।

ତେବେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାର ଲାଗିଛି । ବିଜେପି ଠାରୁ ଆରମ୍ଭ କରି ବିଜେଡି ଆଉ କଂଗ୍ରେସ ତାଙ୍କ ପ୍ରାର୍ଥୀ ନାମ ଦେବା ପାଇଁ କସରତ କରିବେ । ତେବେ ଏହି ଆସନ ହାତେଇବା ପାଇଁ ମଧ୍ୟ ସବୁ ଦଳ ଆଶା ବାନ୍ଧିଛନ୍ତି ।

Get real time updates directly on you device, subscribe now.