fbpx

ଏପ୍ରିଲ୍ ୧ ରୁ ସାଧାରଣଲୋକଙ୍କୁ ଶକ୍ତ ଝଟକା ; ବଢିବ ଅନେକ ଜିନିଷର ମୂଲ୍ୟ, ପଢନ୍ତୁ ଲମ୍ବା ତାଲିକା

ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ୧ ଏପ୍ରିଲରୁ ଆରମ୍ଭ ହେଉଛି । ଏପ୍ରିଲରେ ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଦେବ। ଅନେକ ଜିନିଷର ମୂଲ୍ୟ ମହଙ୍ଗା ହେବ ଏବଂ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟରେ ପଡ଼ିବ । ଏହା ସହିତ ବଜେଟରେ ପ୍ରସ୍ତାବିତ ସମସ୍ତ ପ୍ରକାର ଟ୍ୟାକ୍ସ ଏପ୍ରିଲ ୧ ରୁ କାର‌୍ୟ୍ୟକାରୀ ହେବ । ଆସନ୍ତୁ ଜାଣିବା କେଉଁ ଜିନିଷ ମହଙ୍ଗା ହେବ ଏବଂ କ’ଣ ଶସ୍ତା ହେବ ।

ଏହି ଜିନିଷଗୁଡ଼ିକ ଶସ୍ତା ହେବ

ଏପ୍ରିଲ୍ ୧ ରୁ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ଖେଳନା, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ, ଇଲେକ୍ଟ୍ରିକ୍ କାର୍, ହୀରା ଅଳଙ୍କାର, ଜଳଜନ୍ତୁମାନଙ୍କ ପାଇଁ ଫୁଡ୍ ଇତ୍ୟାଦି ଶସ୍ତା ହେବ । ୨୦୨୩ ସାଧାରଣ ବଜେଟରେ ଏହି ସମସ୍ତ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି। ଏଗୁଡିକ ଉପରେ କଷ୍ଟମ୍ ଡ୍ୟୁଟି ୫ ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଅର୍ଥାତ୍ ଏପ୍ରିଲ୍ ୧ ରୁ ଏହି ଜିନିଷଗୁଡ଼ିକ ଶସ୍ତା ହୋଇଯିବ ।

ଏହି ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ

ଏପ୍ରିଲ ୧ ରୁ ସିଗାରେଟ କିଣିବା ମହଙ୍ଗା ହେବ। ବଜେଟରେ ଏହାର କଷ୍ଟମ ଡ୍ୟୁଟିକୁ ୧୬ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ପାଇବ।

ଯାନବାହାନର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ

ଏପ୍ରିଲ ୧ ରୁ କାର କିଣିବା ମଧ୍ୟ ମହଙ୍ଗା ହେବ । ଟାଟା ମୋଟର୍ସ, ହିରୋ ମୋଟୋକର୍ପ ଏବଂ ମାରୁତି ଆସନ୍ତା ମାସରୁ ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ, ଏପ୍ରିଲ ୧ ରୁ ଏକ ନୂତନ ସେଡାନ କାର କିଣିବା ମଧ୍ୟ ମହଙ୍ଗା ହେବ । ଆସନ୍ତା ମାସରୁ ହୋଣ୍ଡା ଆମାଜେ କାର ମଧ୍ୟ ମହଙ୍ଗା ହେବାକୁ ଯାଉଛି। ଏହି କମ୍ପାନୀଗୁଡିକ କହିଛି ଯେ ଏପ୍ରିଲ ୧ ରୁ କମ୍ପାନୀର ଗାଡିର ମୂଲ୍ୟ ବୃଦ୍ଧି ହେବ ଏବଂ ବିଭିନ୍ନ ମଡେଲ ଆଧାରରେ କମ୍ପାନୀର ଗାଡିର ମୂଲ୍ୟ ବୃଦ୍ଧି କରାଯିବ।

Get real time updates directly on you device, subscribe now.