fbpx
BSKY SKY
BSKY SKY

କର୍ଣ୍ଣାଟକ ବିଧାନସଭା ନିର୍ବାଚନ; ତାରିଖ ଘୋଷଣା କଲେ ଇସିଆଇ, ଏହି ଦିନ ହେବ ନିର୍ବାଚନ

BSKY

ନୂଆଦିଲ୍ଲୀ : ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୨୨୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ୫ କୋଟି ୨୧ ଲକ୍ଷ ଭୋଟର ଭୋଟ ଦେବେ । ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ୧୩ ରେ ଫଳାଫଳ ଆସିବ ବୋଲି ସୂଚନା ଦେଇଛନ୍ତି । ମେ ୨୪ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଇସିଆଇ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ଏହା ମଧ୍ୟ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଏପ୍ରିଲ ୧୩ ରେ ଜାରି କରାଯିବ, ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୦ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୨୪ । ନିର୍ବାଚନ ଆୟୋଗର ଏହି ଘୋଷଣା ସହିତ କର୍ଣ୍ଣାଟକରେ ଆଦର୍ଶ ଆଚରଣ ବିଧି ମଧ୍ୟ କାର‌୍ୟ୍ୟକାରୀ ହୋଇଛି।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ପ୍ରଥମ ପ୍ରମୁଖ ନିର୍ବାଚନ ଲଢେଇ ଆରମ୍ଭ ହେବ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି କେନ୍ଦ୍ରରେ ଲଗାତର ତୃତୀୟ ଥର କ୍ଷମତା ହାସଲ ପାଇଁ ନିର୍ବାଚନ ଲଢିବେ ।

ଦକ୍ଷିଣରେ କର୍ଣ୍ଣାଟକ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ବିଜେପି କ୍ଷମତାରେ ଅଛି ଏବଂ ୨୦୧୮ ନିର୍ବାଚନରେ ଏହା ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୦୪ ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ୮୦ ଟି ଆସନ ଜିତିଥିବାବେଳେ ଜନତା ଦଳର (ଧର୍ମନିରପେକ୍ଷ) ମୋଟ ୩୭ ରେ ଛିଡା ହୋଇଛି। ନିର୍ବାଚନ ପରେ କଂଗ୍ରେସ ଏବଂ ଜେଡି (ଏସ) ଏକ ମିଳିତ ସରକାର ଗଠନ କରିଥିଲେ ।

ଜୁଲାଇ ୨୦୧୯ ରେ, କିଛି କଂଗ୍ରେସ-ଜେଡି (ଏସ) ବିଧାୟକଙ୍କ ବିଦ୍ରୋହରେ ମିଳିତ ସରକାରର ପତନ ଘଟିଥିଲା ଏବଂ ରାଜ୍ୟର ଉଚ୍ଚତମ ନେତା ବିଏସ୍ ୟେଡିୟୁରପ୍ପାଙ୍କ ଅଧୀନରେ ବିଜେପି କ୍ଷମତାକୁ ଫେରିଲା।

Get real time updates directly on you device, subscribe now.