fbpx

ମେ’ ୧୦ରେ ହେବ ବିଧାନସଭା ନିର୍ବାଚନ, ଫଳାଫଳ ପୂର୍ବରୁ ଜାଣନ୍ତୁ କିଏ ହେବ କର୍ଣ୍ଣାଟକର ରାଜା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୋଟିଏ ପର୍ଯ୍ୟାୟରେ ୧୦ ମେ’ କୁ ମତଦାନ ଆରମ୍ଭ ହେବ ଏବଂ ଏହାର ଫଳାଫଳ ୧୩ ମଇ କୁ ଆସିବ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ୨୦୨୪କୁ ସେମିଫାଇନାଲ କରାଯାଉଛି । ଯେଉଁଠାରେ ବିଜେପି ଦକ୍ଷିଣ ଭାରତରେ ନିଜର ଏକମାତ୍ର ସୁର୍ଗକୁ ବଞ୍ଚାଇ ରଖିବାକୁ ନିଜର ପ୍ରୟାସ ଚଲାଇଛି ତ ଅନ୍ୟପଟେ କଂଗ୍ରେସ ମିଶନ-ସାଉଥ ଅଧୀନରେ କର୍ଣ୍ଣାଟକ କ୍ଷମତାକୁ ଫେରିବାକୁ ଲାଗିପଡିଛି । ଏହାବ୍ୟତୀତ ଜେଡିଏସ ପୂର୍ଣ୍ଣବାର କିଙ୍ଗ ମେକର ହେବା ପାଇଁ ପ୍ରସ୍ତୁତି ଚଳାଇଛି । କର୍ଣ୍ଣାଟକ ନିର୍ବାଚନ ଉପରେ କେବଳ ସେହି ରାଜ୍ୟର ଲୋକେ ନୁହେଁ ବରଂ ଦେଶ ସାରା ସମସ୍ତଙ୍କ ଆଖି ଏହାରି ଉପରେ ରହିଛି ।

କର୍ଣ୍ଣାଟକରେ ୨୪ ମଇରେ ବିଧାନସଭା କାର୍ଯ୍ୟାଳୟ ସରିଯିବ । ଗତଥର ମଇ ୨୦୧୮ରେ ଏହି ନିର୍ବାଚନ ହୋଇଥିଲା । କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ରହିଛି । ପୂର୍ବଥର ଏହି ନିର୍ବାଚନରେ ବିଜେପି ୧୦୪ ସିଟରେ ବିଜୟ ହାସଲ କରିଥିଲା । ସେହିପରି କଂଗ୍ରେସ ୮୦ଟି ସିଟ ଏବଂ ଜେଡିଏସ ୩୭ ସିଟରେ ଜୟ ଲାଭ କରିିଥିଲା ।

୨୦୧୮ ଯେକୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିଥିଲା । ଏଥିରେ କଂଗ୍ରେସ ଏବଂ ଜେଡିଏସ ମିଶି ସରକାର ନିର୍ଣ୍ଣୟ କରିଥିଲେ । ଜେଡିଏସ ନେତା କୁମାରସ୍ୱାମୀ ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୧୪ ମାସ ପରେ କିଛି କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ ଏବଂ ବିଜେପିରେ ଯୋଗ ଦେଇ ଫେରିଥିଲେ । ଏଥିରେ କୁମାରସ୍ୱାମୀ ସରକାର ପଦରୁ ଓହ୍ଲାଇଥିଲେ । ଏହାପରେ ବିଜେପି ବିଏସ ୟେଦୀୟୁରପ୍ପାଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲେ । ହେଲେ ଦୁଇ ବର୍ଷ ପରେ ୟେଦୀୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବସୱରାଜ ବୋମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦେଖିବାକୁ ଗଲେ ଗତ ୫ବର୍ଷ ମଧ୍ୟରେ କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା ।

୨୦୧୩ ମସିହାରେ କଂଗ୍ରେସ କର୍ଣ୍ଣାଟକରେ ଏକ ଚମତ୍କାର ବିଜୟ ହାସଲ କରିଥିଲା । ସେତେବେଳେ ପାର୍ଟୀକୁ ବିଧାନସଭାରେ ୧୨୨ ସିଟ ମିଳିଥିଲା । ସଦ୍ଧାରମୈ÷ୟା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଜେଡିଏସ ଏବଂ ବିଜେପି ୪୦-୪୦ ସିଟ ହାସଲ କରିଥିଲେ ।
କର୍ଣ୍ଣାଟକରେ ସମୁଦାୟ ୨୨୪ ସିଟ ରହିଛି । ହେଲେ ରାଜ୍ୟକୁ ମୁଖ୍ୟ ରୂପରେ ୬ ଭାଗରେ ବଣ୍ଟା ଯାଇଥିଲା । ଆନ୍ଧ୍ରପ୍ରଦେଶରେ ସୀମା ସଂଯୋଗ କ୍ଷେତ୍ର ହାଇଦ୍ରାବାଦ କର୍ଣ୍ଣାଟକ ତେବେ ମହାରାଷ୍ଟ୍ରରେ ଲୋକ ଏହି କ୍ଷେତ୍ରକୁ ମୁମ୍ବାଇ କର୍ଣ୍ଣାଟକ କହିଛନ୍ତି । ହାଇଦ୍ରାବାଦ କର୍ଣ୍ଣାଟକରେ ୪୦ ସିଟ ଆସୁଛି ତେବେ ମୁମ୍ବାଇ କର୍ଣ୍ଣାଟକରେ ୪୪, ତଟୀୟ କ୍ଷେତ୍ରରେ ୧୯ ସିଟ୍, ଓଲ୍ଡ ମୈସୁରରେ ୬୬ ସିଟ, ସେଣ୍ଟ୍ରାଲ କର୍ଣ୍ଣାଟକରେ ୨୭ ସିଟ ଏବଂ ବାଙ୍ଗାଲୋରରେ ୨୮ ସିଟ ରହିଛି ।

Get real time updates directly on you device, subscribe now.