ଜବତ ହେଲା ୧୦ ଲକ୍ଷ ଟଙ୍କାର ନକଲି ମେଡିସିନ: ଦୁଇଟି ରାଜ୍ୟରେ ହେଲା ଚଢାଉ

କଟକ: କଟକର ନକଲି ଔଷଧ କାରବାର ମାମଲାରେ ଦୁଇଟି ରାଜ୍ୟରେ ଚଢାଉ କରାଯାଇଛି । ଏସଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଭାବରେ ବିହାର ଏବଂ ମଧ୍ୟପ୍ରଦେଶରେ ଚଢାଉ ହୋଇଛି । ତେବେ ରେଡ ସମୟରେ ଜବତ କରାଯାଇଛି ବିପୁଳ ପରିମାଣର ନକଲି ଔଷଧ । ଜବତ ହୋଇଥିବା ଏହି ନକଲି ମେଡିସିନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା କିମ୍ବା ଏହାଠାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହି ନକଲି ଔଷଧର ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷ କୁମାରଙ୍କ ଘରେ ଚଢାଉ କରିଛି ଏସଟିଏଫ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ରେଡ ପୂର୍ବରୁ ଅଭିଯୁକ୍ତ ମନୀଷ ଫେରାର ଥିବା ବେଳେ ଘରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଛି । ସେପଟେ ମଧ୍ୟପ୍ରଦେଶା ଭୋପାଳରେ ମଧ୍ୟ ଚଢାଉ ଜାରି ରହିଛି ।