ନୂଆଦିଲ୍ଲୀ: ଏଲନମସ୍କ ନିଜର ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ଏପରି ଏକ ବିବୃତ୍ତିରେ ସେ ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦେଇଛନ୍ତି । ଯେଉଁ କାରଣରୁ ଇନଷ୍ଟାଗ୍ରାମ ବ୍ୟବହାରକାରୀ ରାଗି ଯାଇଛନ୍ତି । ବାସ୍ତବରେ ସେ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଅବସରପ୍ରାପ୍ତ ବୋଲି କହିଛନ୍ତି । ସେ ଦୀର୍ଘ ନିଶ୍ୱାସ ଛାଡି କହିଛନ୍ତି ଯେ, ଇନଷ୍ଟାଗ୍ରାମ ଚଲାଉଥିବା ବ୍ୟବହାରକାରୀଙ୍କ ଆଇକ୍ୟୁ ସ୍ତର ୧୦୦ ରୁ କମ ରହିଛି । ସେ ମେଟା କମ୍ପାନୀ ବିନା ସାଇନଅପ କରିବା ପ୍ରୋସେସର ଆଲୋଚନା କରିଛନ୍ତି ।
ଏଲନ ମସ୍କ ଟ୍ୱିଟ କରି କହିଛନ୍ତି ଯେ, ବାସ୍ତବରେ ଆକାଉଣ୍ଟ କ୍ରିଏଟ କରିବା ପାଇଁ ୧୦୦ ଆଇକ୍ୟୁ ଲେବଲର ସର୍ବାଧିକ ସୀମା ସ୍ଥିର କରାଯିବା ଆବଶ୍ୟକ । ଆଇକ୍ୟୁ ସ୍ତର ଯେକୌଣସି ବ୍ୟକ୍ତିର ନଲେଜ, ଲର୍ଣ୍ଣିଂ ଏବଂ ଚିନ୍ତାଧାରା ଆଧାରରେ ସ୍ଥିର କରାଯାଇଥାଏ । ୧୦୦ ରୁ କମ ଆଇକ୍ୟୁ ସ୍ତରର ଲୋକଙ୍କୁ ଇନଟେଲିଜେଣ୍ଟ କୁହାଯିବ । ଯାହାକି ୧୩୦ ରୁ ଅଧିକ ଆଇକ୍ୟୁ ସ୍ତରର ଲୋକଙ୍କୁ ବୁଦ୍ଧିମାନ କୁହାଯାଇଥାଏ ।
ଏହା ପୂର୍ବରୁ ମଧ୍ୟ ଏଲନ ମସ୍କ ଦାବି କରିଛନ୍ତି ଯେ, ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ଲୋକ ଅଧିକ ସଂଖ୍ୟାରେ ଡିପ୍ରେସନ ହୋଇଯାଇଥାନ୍ତି । ଏହାସହ ଇନଷ୍ଟାଗ୍ରାମ କାରଣରୁ ଲୋକଙ୍କୁ ରାଗ ଆସୁଛି ବୋଲି ମଧ୍ୟ ସେ ଦାବି କରିଛନ୍ତି । ମସ୍କ ପୁଣି କହିଛନ୍ତି ଯେ, ଟ୍ୱିଟରର ବ୍ୟବହାରରେ ଲୋକଙ୍କୁ ରାଗ ଆସିନଥାଏ । ଏହା ପରିବର୍ତ୍ତେ ଲୋକଙ୍କୁ ପୂରା ଦିନ ଖୁସି ମିଳିଥାଏ ।