fbpx
BJD SKY
BJD SKY

ସବୁ ଚର୍ଚ୍ଚା ମିଛ, ଯୁକ୍ତଦୁଇ ଇତିହାସ ବହିରୁ ମୁଗଲ ବିଷୟ ବାଦ୍ ପଡ଼ିନି: ସ୍ପଷ୍ଟ କଲେ NCERT ନିର୍ଦ୍ଦେଶକ

BJD

ନୂଆଦିଲ୍ଲୀ: ଯୁକ୍ତଦୁଇ ଇତିହାସ ବହିରୁ ମୋଗଲ ବିଷୟ ହଟାଯିବା ପ୍ରସଙ୍ଗକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି)ର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ତେବେ ଏହି ପ୍ରସଙ୍ଗରେ ଏନସିଇଆରଟି ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନିଙ୍କ ବୟାନ ସାମ୍ନାକୁ ଆସିଛି ।

ଶ୍ରୀ ସକଲାନି କହିଛନ୍ତି, ଏବେ ଚାରିଆଡ଼େ ଚର୍ଚ୍ଚା ହେଉଥିବା ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ଯୁକ୍ତଦୁଇ ଇତିହାସ ବହିରୁ ମୁଗଲ ବିଷୟକୁ ବାଦ୍ ଦିଆଯାଇନି । ଗତବର୍ଷ କୋଭିଡ କାରଣରୁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ରହିଥିଲା ତେଣୁ ପ୍ରକ୍ରିୟାକରଣ କରାଯାଇଥିଲା । ଯଦି କୌଣସି ବିଷୟକୁ ବାଦ ଦିଆଯାଏ, ତେବେ ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏକ୍ସପର୍ଟ କମିଟି ସୁପାରିଶ କରିଥିଲେ । ଯେଉଁମାନେ ଏ ନେଇ ସଠିକ୍ ତଥ୍ୟ ଜାଣିନାହାନ୍ତି, ସେମାନେ ପାଠ୍ୟ ପୁସ୍ତକ ଚେକ୍ କରିପାରିବେ ।

ଆମେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୩ ଉପରେ କାର୍ଯ୍ୟ କରୁଛୁ । ପିଲାଙ୍କ ପାଇଁ ବିଷୟ ବୋଝକୁ ହାଲୁକା କରିବାକୁ ଏନଇପି ୨୦୨୦ କହୁଛି । ଆମେ ଏହାକୁ କାର୍ଯ୍ୟକାରୀ କରୁଛୁ । ତେଣୁ ସ୍କୁଲ ଶିକ୍ଷା ପାଇଁ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ (ଏନସିଏଫ) ଗଠନ କରାଯାଇଛି, ଯାହାକି ଖୁବଶୀଘ୍ର ସରିବ । ଏନଇପି ଅନୁଯାୟୀ ୨୦୨୪ ପାଠ୍ୟପୁସ୍ତକ ପ୍ରିଣ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଆମେ କୌଣସି ବିଷୟକୁ ଡ୍ରପ୍ କରିନାହୁଁ । ସୂଚନାଯୋଗ୍ୟ ଯେ, ସିବିଏସଇ ଯୁକ୍ତଦୁଇ ଶ୍ରେଣୀର ଇତିହାସ ବହିରୁ ମୁଗଲ ଶାସନର ୧୬ ଓ ୧୭ ଶତାବ୍ଦୀକୁ ହଟାଇ ଦିଆଯାଇଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.