fbpx

ଆଜି ହେଉଛି ହନୁମାନ ଜୟନ୍ତୀ, ଶୁଭ ମୁହୁର୍ତ୍ତରେ ଏପରି କରନ୍ତୁ ପୂଜା, ଜାଣନ୍ତୁ ବିଧି ଏବଂ ଉପାୟ

ଭୁବନେଶ୍ୱର: ଚୈତ୍ର ମାସ ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ଶ୍ରୀ ରାମଙ୍କ ଭକ୍ତ ତଥା ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ । ତେବେ ଆଜି ସେହି ତିଥି ପଡିଛି, ଯେଉଁଥିରେ ବଜରଙ୍ଗବାଲିଙ୍କ ପୂଜା କରାଯାଇ ଅନେକ ସମସ୍ୟାକୁ ଦୂର କରାଯାଇଥାଏ । ଏହି ଦିନ କିଛି ଚତ୍ମକାରୀ ଉପାୟ ମଧ୍ୟ ମଙ୍ଗଳଦାୟକ ହୋଇଥାଏ । ରାମ ଭକ୍ତ ହନୁମାନଙ୍କ ପୂଜା ଏବଂ ଉପାସନା କରିବା ଦ୍ୱାରା ଗ୍ରହ ଶାନ୍ତି ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହନୁମାନ ଜୟନ୍ତୀର ଶୁଭ ମୁହୁର୍ତ୍ତ ଏବଂ ପୂଜା ବିଧି ।

ହନୁମାନ ଜୟନ୍ତୀର ଶୁଭ ମୁହୁର୍ତ୍ତ
ଶୁଭ ସମୟ – ୦୬.୦୬ ରୁ ୦୭.୪୦ ମିନିଟ୍
ଚାର୍ ମୁହୁର୍ତ୍ତ- ୧୦.୪୯ ପୂର୍ବାହ୍ନ ୧୨.୨୪ ଅପରାହ୍ନ ୦୪-୦୬
ଅଭିଜିତ୍ ମୁହୁର୍ତ୍ତ- ୧୧.୫୯ ରୁ ୧୨.୪୯ ଅପରାହ୍ନ
ଲାଭର ଲାଭ – ୧୨.୨୪ ରୁ ୦୧.୫୮ ଅପରାହ୍ନ ୦୪-୦୬
ସନ୍ଧ୍ୟା ମୁହୁର୍ତ୍ତ – ୦୫.୦୭ ରୁ ୦୬.୪୧ ଅପରାହ୍ନ ୦୬ ପର୍ଯ୍ୟନ୍ତ
ରାତି ମୁହୁର – ରାତି ୦୬.୪୨ ରୁ ୦୮.୦୭ ପର୍ଯ୍ୟନ୍ତ

କିପରି କରିବେ ପୂଜା
ହନୁମାନଙ୍କୁ ଯେକୌଣସି ଶୁଭ ସମୟ ଦେଖି ପୂଜା କରିପାରିବେ । ଉତ୍ତର-ପୂର୍ବ ଦିଗରେ ଏକ ଚୌକି ଉପରେ ନାଲି ରଙ୍ଗର କପଡା ରଖନ୍ତୁ । ହନୁମାନଙ୍କ ସହ ପ୍ରଭୁ ରାମଙ୍କ ଫଟୋ ମଧ୍ୟ ସ୍ଥାପନା କରନ୍ତୁ । ହନୁମାନଙ୍କୁ ନାଲି ଏବଂ ରାମଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଲଡୁ ସହିତ ତୁଳସୀ ପତ୍ର ମଧ୍ୟ ଅର୍ପଣ କରନ୍ତୁ । ପ୍ରଥମେ ଶ୍ରୀ ରମଙ୍କ ମନ୍ତ୍ର ଓଁ ରାମ ରାମାୟ ନମଃ ଜପ କରନ୍ତୁ । ପରେ ହନୁମାନଙ୍କ ମନ୍ତ୍ର ଓଁ ହଂ ହୁନୁମତେ ନମଃ ଜପ କରନ୍ତୁ । ଏହାସହ ଦ୍ୱିପ୍ରହରରେ ହନୁମାନଙ୍କ ଉପାସନା କରନ୍ତୁ । ୧୧ ଥର ହନୁମାନ ଚାଳିସା ଜପ କରନ୍ତୁ ।

-ସ୍ୱାସ୍ଥ୍ୟ ପାଇଁ ଘରେ ହନୁମାନଙ୍କ ସଞ୍ଜିବନୀ ପାହାଡ ନେଇ ଯାଉଥିବା ଫଟୋଚିତ୍ରକୁ ସ୍ଥାପନା କରନ୍ତୁ ।
-ଯେଉଁ ଫଟୋରେ ହନୁମାନ ରାମାୟଣ ପଢୁଛନ୍ତି, ସେହି ଫଟୋକୁ ଆପଣ ଘରେ ସ୍ଥାପନା କରି ଲଡୁ ଭୋଗ କରନ୍ତୁ ତତ୍ଦ୍ୱାରା ବିଦ୍ୟାବୁଦ୍ଧି ପ୍ରାପ୍ତ ହୋଇଥାଏ ।
-ସଂକଟ ଦୂର କରିବା ପାଇଁ ଯେଉଁ ଫଟୋରେ ହନୁମାନ ଗଦା ନେଇ ଯାଉଛନ୍ତି ସେହି ଫଟୋକୁ ଘରେ ରଖି ପୂଜା କରନ୍ତୁ ।
– ଧନପ୍ରାପ୍ତି ପାଇଁ ଯେଉଁ ଫଟୋରେ ହନୁମାନଙ୍କ ଛାତିରେ ରାମ-ସୀତା ରହିଛନ୍ତି ସେହି ଫଟୋକୁ ଆପଣ ଘରେ ସ୍ଥାପନା କରି ନାଲି ରଙ୍କର ପୁଷ୍ପ ଅର୍ପଣ କରନ୍ତୁ ।

Get real time updates directly on you device, subscribe now.