![AAKASH](https://odishabhaskar.com/wp-content/uploads/2024/06/Web-.jpg)
ନୂଆଦିଲ୍ଲୀ : ପୁରୁଣା ସ୍ଥିତିକୁ ଫେରୁଛି କୋଭିଡ୍ -୧୯ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ୍-୧୯ ର ୫,୩୫୭ ଟି ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୨,୮୧୪ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରବିବାର ସକାଳ ଆଠଟା ସମୟରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହେତୁ ମୋଟ ମୃତକଙ୍କ ସଂଖ୍ୟା ୫,୩୦,୯୬୫ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ ଗୁଜୁରାଟର ତିନି ଜଣ, ହିମାଚଳ ପ୍ରଦେଶର ଦୁଇଜଣ ଏବଂ ବିହାର, ଛତିଶଗଡ, ମହାରାଷ୍ଟ୍ର, ଓଡିଶା ଏବଂ ଉତ୍ତରପ୍ରଦେଶର ଜଣେ ଲେଖାଏଁ ରୋଗୀ ଅଛନ୍ତି। ଏହା ବ୍ୟତୀତ କେରଳ ସଂକ୍ରମଣ ହେତୁ ମୃତ ତାଲିକାରେ ଆଉ ଏକ ସଂଖ୍ୟା ବୃଦ୍ଧି ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ଏପର୍ୟ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୭,୫୬,୬୧୬ କୁ ବୃଦ୍ଧି ପାଇଛି। ୱେବସାଇଟ୍ ଅନୁଯାୟୀ, ଭାରତରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମିତଙ୍କ ୦.୦୭ ପ୍ରତିଶତ । ଦେଶରେ ସଂକ୍ରମଣକୁ ପରାସ୍ତ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୧,୯୨,୮୩୭ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି।
କରୋନ ଭଳି କଟକଣା ମଧ୍ୟ ଧୀରେ ଧୀରେ ଫେରିବାରେ ଲାଗିଛି । କେତେକ ସ୍ଥାନରେ ପୂର୍ବ ଭଳି ସ୍କ୍ରିନିଂ ଓ ମାସ୍କ ବାଧ୍ୟତାମୂଳକ ହେଲାଣି । ସମସ୍ତ ବିମାନବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ ସୁନିଶ୍ଚିତ ହେବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜନଗହଳି ପୂର୍ଣ୍ଣ ସ୍ଥାନରେ ସମସ୍ତ ଲୋକଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଛି।