fbpx

ହନୁମାନ ଜୟନ୍ତୀରେ ବଡ଼ ହିଂସାକାଣ୍ଡ: ଅତିରିକ୍ତ SP ଓ IICଙ୍କ ସମେତ ୧୦ରୁ ଅଧିକ ପୋଲିସ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହ ଭୟଙ୍କର ହିଂସାକାଣ୍ଡ ଘଟିଛି । ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ସମ୍ବଲପୁରରେ ଏକ ବାଇକ ଶୋଭାଯାତ୍ରା କରାଯାଉଥିଲା । ତେବେ ଆଜିର ହିଂସାକାଣ୍ଡରେ ୧୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ହନୁମାନ ଜୟନ୍ତୀ ଅବସରରେ ଜିଲ୍ଲାରେ ଏକ ବାଇକ୍ ଶୋଭାଯାତ୍ରାର ଆୟୋଜନ କରଯାଇଥିଲା । ତେବେ ଧନୁପାଲି ଛକରୁ ବାଇକ୍ ରାଲି ଯିବା ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ୧୦ରୁ ଅଧିକ ପୋଲିସ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅତିରିକ୍ତ ଏସପି ଓ ଆଇଆଇସି ରହିଥିବା ଜଣାପଡ଼ିଛି । ଏଥିସହିତ ୫୦ରୁ ଅଧିକ ବଜରଙ୍ଗ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରାପିଡ୍ ଆକ୍ସନ ଫୋର୍ସ ମଗାଯାଇଛି । ଲୋକମାନେ ଦୋକାନ ଭାଙ୍ଗିବା ସହ ଜଳାପୋଡ଼ା କରୁଥିବା ଦେଖାଯାଇଛି । ଏଥିସହିତ କାର, ବାଇକ୍୍ୱଧ୍ୟ ଭଙ୍ଗାରୁଜା କରୁଥିବା ଜଣାପଡ଼ିଛି । ତେବେ ଏକ ନିର୍ଦ୍ଦିଷ୍ଠ ଗୋଷ୍ଠୀର ଲୋକମାନେ ଏହି କାଣ୍ଡ ଭିଆଇଥିବା କୁହାଯାଉଛି । ଏହି ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି । ତେବେ କର୍ତ୍ତବ୍ୟରତ ପୋଲିସଙ୍କ ଉପରକୁ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

Get real time updates directly on you device, subscribe now.