fbpx

କରୋନାର ତାଣ୍ଡବ! ଦିଲ୍ଲୀ ଏମ୍ସରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦିଲ୍ଲୀ ଏମ୍ସରେ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ଏମ୍ସ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ମାସ୍କ ବାଧ୍ୟତାମୂଳକ ସହ ସଫେଇ କାମକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାମାରୀ କରୋନା ପ୍ରତିଦିନ ଲମ୍ବ ଡିଆଁ ମାରିବାରେ ଲାଗିଛି। କିଛି ଦିନ ତଳେ ପ୍ରଥମେ ୫ ହଜାର ପରେ ୬ ହଜାର ଡେଇଁଥିବା କରୋନାର ଦୈନିକ ସଂକ୍ରମଣ ଗତକାଲି ୭ ହଜାର ପାର କରିଛି। ସମଗ୍ର ଦେଶରୁ ୭,୮୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ୨୨୩ ଦିନ ମଧ୍ୟରେ ସର୍ବାଧିକ।

୨୨୩ ଦିନ ମଧ୍ୟରେ କେବେ ହେଲେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ମଙ୍ଗଳବାର ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୨୧୫ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୬ ଜଣଙ୍କ ନାଁ କରୋନା ମୃତ୍ୟୁ ତାଲିକାରେ ଯୋଡ଼ି ହୋଇଯାଇଛି।

Get real time updates directly on you device, subscribe now.