fbpx

ଓଡ଼ିଶାରେ ଯାଞ୍ଚ ହେବ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ: ସୂଚନା ଦେଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଂଟନର ଯାଂଚ ହେବ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି । ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ପହଂଚିବା ପରେ ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଆବଂଟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଛନ୍ତି।

ସେ କହିଛନ୍ତି ଯୋଗ୍ୟ ଲୋକଙ୍କୁ ଆବାସ ଦେବା ପାଇଁ ଓଡିଶା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଯୋଗ୍ୟ ଲୋକେ ଆବାସ ପାଉନଥିବା ଅଭିଯୋଗ ଆସୁଛି । ସେନେଇ ଯାଂଚ କରାଯିବ । ସବୁ ନିୟମରୁ ଉର୍ଦ୍ଧ୍ୱକୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗ୍ରାମୀଣ ବିକାଶ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ପୂର୍ବରୁ ବାଇକ ଶୋଭାଯାତ୍ରା ସମୟରେ ହୋଇଥିବା ପଥର ମାଡ ହିଂସାକୁ କେନ୍ଦ୍ରମନ୍ତ୍ରୀ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.