fbpx
BJD
BJD SKY
BJD SKY

ଦିଲ୍ଲୀ ମଦ ଘୋଟାଲାରେ କ୍ରେଜିୱାଲଙ୍କ ନାମ କେମିତି ଆସିଲା: CMଙ୍କ ବିରୋଧରେ ରହିଛି ୩ଟି ବଡ଼ ଅଭିଯୋଗ

BJD

ନୂଆଦିଲ୍ଲୀ: ସାରା ଦେଶରେ ବିରୋଧୀମାନେ ଏକଜୁଟ୍ ହେବା ନେଇ ପ୍ରୟାସ କରୁଥିବା ବେଳେ ଏହା ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିଛି । ନୂଆ ମଦ ନୀତି ଘୋଟାଲାରେ କେଜ୍ରିୱାଲ ଆସନ୍ତା ୧୬ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ । ଏହା ପୂର୍ବରୁ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି ।

ତେବେ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି ହେବା ପରେ ବିଜେପି ସରକାରର ଅତ୍ୟାଚାରୀ ଶାସନର ଅନ୍ତ ଘଟିବ ବୋଲି ଆପ ନେତା ସଞ୍ଜୟ ସିଂହ କହିଛନ୍ତି । କେନ୍ଦ୍ର ସରକାର ଆମ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରୁଛନ୍ତି କି ନା ତାହା ଅଲଗା କଥା । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି, କେଜ୍ରିୱାଲଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି? ସେ ମଦ ଘୋଟାଲାରେ ଫଶିଲେ କେମିତି?

ପ୍ରଥମ ଅଭିଯୋଗ: କେଜ୍ରିୱାଲ ମଦ ବେପାରୀ ଓ ଅବକାରୀ ନୀତି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ସମୀର ମହେନ୍ଦ୍ରୁ ସହିତ ଫେସଟାଇମ କଲରେ କଥା ହୋଇଥିଲେ । ଏହି କଥାବାର୍ତ୍ତା ଆପର ସଞ୍ଚାର ପ୍ରଭାରୀ ବିଜୟ ନାୟର କରାଇଥିଲେ । ଇଡି ମୁତାବକ, ଗତବର୍ଷ ନଭେମ୍ବର ୧୨ ଓ ୧୫ରେ ମହେନ୍ଦ୍ରୁଙ୍କୁ ଅଧିକାରୀମାନେ ପଚରାଉଚରା କରିବା ସମୟରେ ସେ ସତ ଓଗାଳିଥିଲେ । କେଜ୍ରିୱାଲଙ୍କ ସହିତ ମହେନ୍ଦ୍ରଙ୍କ ସାକ୍ଷାତ ନେଇ ବିଜୟ ନାୟର ସ୍ଥିର କରିଥିଲେ । ମାତ୍ର ତାହା ସଫଳ ହୋଇପାରିନଥିଲା । ତେଣୁ ଫେସଟାଇମ କଲରେ ସିଏମଙ୍କ ସହିତ ମହେନ୍ଦ୍ରୁ ଭିଡିଓ କଲରେ କଥା ହୋଇଥିଲେ । ସେଥିପାଇଁ ଏହି ମାମଲାରେ ଖୁବଶୀଘ୍ର ଇଡି ଚାର୍ଜଶିଟ୍ ଦାଖଲ କରିଥିଲା ।

ଦ୍ୱିତୀୟ ଅଭିଯୋଗ: ଏହି କଥାବାର୍ତ୍ତା ସମୟରେ କେଜ୍ରିୱାଲ ମହେନ୍ଦ୍ରୁଙ୍କୁ କହିଥିଲେ, ‘ସେ ଆମ ପିଲା, ସେ ତାଙ୍କ ଉପରେ ଭରସା କରିପାରିବେ ଓ ସେ ବିଜୟଙ୍କ ସହିତ ରହିବା ଉଚିତ ।’ ଏହି ଘୋଟାଲାରେ ବିଜୟ ନାୟର ଅନ୍ୟତମ ଅଭିଯୁକ୍ତ ହୋଇଥିବା ବେଳେ ଦିଲ୍ଲୀ ମଦ ନୀତିର ଘୋଟାଲାର ଷଡ଼ଯନ୍ତ୍ର ବିଜୟ ଓ ମହେନ୍ଦ୍ରୁ ଦୁହେଁ ମିଶି ରଚିଥିଲେ । ମହେନ୍ଦ୍ରୁ ବିଜୟଙ୍କ ସହିତ ମିଶି କାମ କରିବା ସହିତ ରାଜନେତା ଓ ମଦ ବେପାରୀଙ୍କ ସହିତ ବୈଠକରେ ସାମିଲ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି ।

ତୃତୀୟ ଅଭିଯୋଗ: ଏହାପରେ ମହେନ୍ଦ୍ରୁଙ୍କର ବିଜୟଙ୍କ ଉପରେ ଭରସା ଆସିଯାଇଥିଲା । ବିଜୟଙ୍କୁ ସିଏମଙ୍କ ସହିତ ଆପର ଅନ୍ୟ ଶୀର୍ଷନେତାମାନେ ସମର୍ଥନ ଦେଇଥିବା ସ୍ପଷ୍ଟ ହୋଇଯାଇଥିଲା । ଏହି ମାମଲାରେ କେଜ୍ରିୱାଲ ଆନ୍ଧ୍ରପ୍ରଦେଶର ଜଣେ ସାଂସଦ ମଗୁନତା ଶ୍ରୀନିବାସଲୁଙ୍କୁ ରେଡ୍ଡୀଙ୍କ ସହିତ ସାକ୍ଷାତ କରିଥିଲେ । କେଜ୍ରିୱାଲଙ୍କ ଉପସ୍ଥିତିରେ ଅବକାରୀ ଅଧିକାରୀଙ୍କୁ ଅବକାରୀ ନୀତିର ପ୍ରସ୍ତାବ ତାଙ୍କୁ ଦିଆଯାଇଥିଲା ଓ ଏହାପରେ ତାହାକୁ ଲାଗୁ କରାଯାଇଥିବା ଦୁଇଜଣ ମୁଖ୍ୟ ସାକ୍ଷୀ ସିବିଆଇକୁ ବୟାନ ଦେଇଛନ୍ତି ।

Get real time updates directly on you device, subscribe now.