fbpx

Video: କ୍ରିସ୍ ଗେଲ୍ ପଚାରିଲେ- ଆପଣମାନେ ଖୁସି ତ ? ଜଣାଇଲେ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିର ଦିନକୁ ସମସ୍ତ ଓଡ଼ିଶାବାସୀମାନେ ଓଡ଼ିଆ ନବବର୍ଷ ଭାବେ ପାଳନ କରନ୍ତି । ଆଜି ପୁରା ଓଡ଼ିଶାରେ ପଣାର ମହକ ଦେଖିବାକୁ ମିଳିଥିଲା । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଓଡ଼ିଆ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ତେବେ ଆଜି କିଛି ନୂଆ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଜିଓ ସିନେମାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଧାରା ବିବରଣି ଓଡ଼ିଆରେ କରାଯାଉଛି । ତେବେ ଜିଓ ସିନେମାରେ ଦେଶ ବିଦେଶର ବଡ଼ ବଡ଼ ଅବସର ନେଇଥିବା ଖେଳାଳିମାନେ କମେଣ୍ଟ୍ରୀ କରୁଥିବା ବେଳେ ସେମାନେ ଆଜି ଓଡ଼ିଆ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ଏଥିରେ କ୍ରିସ୍ ଗେଲ୍‌, ଅନିଲ କୁମ୍ବଲେ, ବ୍ରେଟ୍ ଲୀ, ଇଆନ୍ ମୋର୍ଗାନ୍‌, ଗ୍ରାମ୍ ସ୍ୱାନ୍ ଶୁଭେଚ୍ଛା ବାର୍ତ୍ତା ଦେଉଥିବାର ଭିଡିଓ ପୋଷ୍ଟ କରିଛି ଜିଓ ସିନେମା । ଏଥିରେ ସେମାନେ କିଛି ଓଡ଼ିଆ କହୁଥିବାର ଦେଖିବାକୁ ମିଳିଥିଲା । ତେବେ ସବୁଠୁ ମଜାଦାର ଥିଲା, ଯାହା ଶେଷରେ ଆସିଥିଲା । ଦି ୟିନିଭର୍ସ ବସ୍ କ୍ରିସ୍ ଗେଲ୍ ଓଡ଼ିଆ ଦର୍ଶକ ମାନଙ୍କୁ ପଚାରିଥିଲେ କି, ଆପଣମାନେ ଖୁସି ତ?

Get real time updates directly on you device, subscribe now.