fbpx

(Video) ଦୁର୍ଘଟଣା ପରେ ପ୍ରଥମ ଥର ମୁହଁ ଖୋଲିଲେ ଋଷଭ: ଟିମରେ ଫେରିବା ପରେ କହିଲେ …

ନୂଆଦିଲ୍ଲୀ: ଦୁର୍ଘଟଣାର ପ୍ରାୟ ୪ ମାସ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ । ନିଜ ରିକଭରୀକୁ ନେଇ ବଡ ଅପଡେଟ ଦେଇଛନ୍ତି ଏହି ଷ୍ଟାର କ୍ରିକେଟର । ଆହତ ଯୋଗୁଁ ଚଳିତ ଆଇପିଏଲ ସିଜନରୁ ମଧ୍ୟ ବାଦ୍ ପଡିଛନ୍ତି ଋଷଭ । ତେବେ ଆଇପିଏଲ ଭିତରେ ଋଷଭ ପନ୍ତଙ୍କର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଋଷଭ ତାଙ୍କ ବିଷୟରେ ଏକ ବଡ ଅପଡେଟ ଦେଇଛନ୍ତି ।

ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିଜ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ କରିବା ପାଇଁ ଋଷଭ ବର୍ତ୍ତମାନ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଏଠାରେ ଋଷଭଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏହି ଭିଡିଓରେ ଋଷଭ ନିଜ ବିଷୟରେ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ସଠିକ ଭାବରେ ରିକଭର କରୁଛି । ଧିରେ ଧିରେ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ଋଷଭ । ତେବେ ଦଳରେ ନିଜର କମବ୍ୟାକକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି କ୍ରିକେଟର ଋଷଭ ପନ୍ତ । ଏହାପରେ ସେ ନିଜର ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ କହିଛନ୍ତି ଯେ, ମୁଁ ଦେଖୁଛି ସାରା ଟିମ୍ ବହୁତ ଭଲ ଭାବରେ ଅଭ୍ୟାସ କରୁଛନ୍ତି । ମୁଁ ଶାରୀରିକ ଭାବରେ ଦଳ ସହିତ ରହି ନଥିଲେ ବି ମୋର ହୃଦୟ ଏବଂ ସମର୍ଥନ ଦଳ ସହିତ ରହିଛି ।

ସୂଚନା ଥାଉ କି, ଋଷଭ ପନ୍ତ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀକୁ ଯାଇଥିଲେ । ତେବେ ଏହା ମଧ୍ୟରେ ଦିଲ୍ଲୀର ମ୍ୟାଚରେ ମଧ୍ୟ ଏଠାରେ ରହିଥିଲା । ତେଣୁ ଋଷଭ ନିଜ ଟିମ ଏବଂ ଦଳର ସଦସ୍ୟଙ୍କ ସହ ଭେଟିବାକୁ ପହଞ୍ଚିଛନ୍ତି । ତେବେ ଦଳ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରୁଥିବା ବେଳେ ଆଗକୁ ଭଲ କରିବ ବୋଲି କହି ଶୁଭକାମନା ଦେଇଛନ୍ତି କ୍ରିକେଟ ଋଷଭ ପନ୍ତ । ସିଜନରେ ଏବେ ସୁଦ୍ଧା ୪ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ପରାଜୟର ସାମନା କରି ପଏଣ୍ଟ ଟେବୁଲର ଶେଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Get real time updates directly on you device, subscribe now.